Latest Odisha News

BREAKING NEWS

୫ ହଜାର ଟଙ୍କା ପର୍ଯ୍ୟନ୍ତ କରିହେବ କଣ୍ଟାକ୍ଟଲେସ୍ ପେମେଣ୍ଟ, ଜାନୁଆରୀ ୧ରୁ ନୂଆ ନିୟମ

ନୂଆଦିଲ୍ଲୀ: କଣ୍ଟାକ୍ଟଲେସ୍ ପେମେଣ୍ଟର ପ୍ରସାର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । କଣ୍ଟାକ୍ଟଲେସ୍ ପେମେଣ୍ଟ ଲିମିଟ୍ ୨୦୦୦ରୁ ବୃଦ୍ଧି କରି ୫୦୦୦ କରିବାକୁ ପ୍ରସ୍ତାବ ରଖିଛି ଆରବିଆଇ । ଡିଜିଟାଲ ପେମେଣ୍ଟର ପ୍ରସାର ପାଇଁ ଲଗାତର ପ୍ରୟାସ କରୁଛି ରିଜର୍ଭ ବ୍ୟାଙ୍କ । ଏହି ନୂଆ ନିୟମ ୧ ଜାନୁଆରୀ ୨୦୨୧ରୁ ଲାଗୁ କରାଯିବ ।

ରିଜର୍ଭ ବ୍ୟାଙ୍କର ଏହି ପ୍ରସ୍ତାବକୁ ସ୍ବାଗତ କରାଯାଇଛି । ଏହା ଦ୍ବାରା ଡିଜିଟାଲ ଟ୍ରାଞ୍ଜାକ୍ସନ ବୃଦ୍ଧି ହେବା ସହ ଗ୍ରାହକଙ୍କୁ ସୁବିଧା ମଧ୍ୟ ମିଳିବ । କରୋନା ମହାମାରୀ ସମୟରେ କଣ୍ଟାକ୍ଟଲେସ୍ ପେମେଣ୍ଟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କହିଛି ରିଜର୍ଭ ବ୍ୟାଙ୍କ । ଏଥିରେ ପେମେଣ୍ଟ ସୁରକ୍ଷିତ ରହିଥାଏ ।

ଭିସା କାର୍ଡର ଭାରତ ଓ ସାଉଥ୍ ଏସିଆ ଗ୍ରୁପ୍ ମ୍ୟାନେଜର ଟିଆର ରାମଚନ୍ଦ୍ରନ୍ କହିଛନ୍ତି, କରୋନା ଆସିବା ପରେ ଲୋକେ କ୍ୟାସଲେସ୍ ଅପେକ୍ଷା ଡିଜିଟାଲ ପେମେଣ୍ଟକୁ ଅଧିକ ପସନ୍ଦ କରୁଛନ୍ତି । ପ୍ରତ୍ୟେକ ଦିନ ନେଣଦେଣ ପାଇଁ ଲୋକେ କଣ୍ଟାକ୍ଟଲେସ୍ ପେମେଣ୍ଟକୁ ଗ୍ରହଣ କରୁଛନ୍ତି । ଏହାର ଲିମିଟ୍ ବୃଦ୍ଧି କରିବା ଦ୍ବାରା ଏହି ପ୍ରକ୍ରିୟା ଦ୍ରୁତ ଗତିରେ ଆଗକୁ ବଢିପାରିବ ।

କଣ୍ଟାକ୍ଟଲେସ୍ ପେମେଣ୍ଟ କ’ଣ ?

ଏହା ଦ୍ବାରା ଜଣେ କାର୍ଡଧାରୀଙ୍କୁ ଟ୍ରାଞ୍ଜାକ୍ସନ ପାଇଁ ସ୍ବାଇପ୍ କରିବାକୁ ପଡ଼ିବ ନାହିଁ । ପିଓଏସ୍ ମେସିନରେ କାର୍ଡ ରଖିଲେ ପେମେଣ୍ଟ ହୋଇଯାଇଥାଏ । ଗୋଟିଏ ଦିନରେ ୫ ଥର କଣ୍ଟାକ୍ଟଲେସ୍ ପେମେଣ୍ଟ କରାଯାଇପାରିବ । ବର୍ତ୍ତମାନର ଏହି ଟ୍ରାଞ୍ଜାକ୍ସନର ଲିମିଟ୍ ୨୦୦୦ ଟଙ୍କା ରହିଛି ।

Leave A Reply

Your email address will not be published.