Latest Odisha News

BREAKING NEWS

ହଂକଂକୁ 40 ରନରେ ହରାଇଲା ଭାରତ

ଏସିଆ କପର ଲିଗମ୍ୟାଚରେ ହଂକଂକୁ 40 ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ହଂକଂ  ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ ।

BjdElectrycity

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୯୨ ରନ କରିଥିଲା । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ୨୬ ବଲରେ ୬୮ ରନ କରିଥିଲେ । ବିରାଟ କୋହଲି  ୪୪ଟି ବଲରେ ୫୯ ରନ କରିଥିଲେ ।  କେଏଲ ରାହୁଲ  ୩୬ ଓ ଅଧିନାୟକ ରୋହିତ ଶର୍ମା ୨୧ ରନ କରିଥିଲେ ।

ହଂକଂ ପକ୍ଷରୁ ଏତେ ବଡ଼ ସ୍କୋରକୁ ପିଛା କରିଥିଲେ ମଧ୍ୟ ଦୂରରେ ରହିଯାଇଥିଲେ । ହଂକଂ ପକ୍ଷରୁ ବାବର ହୟାତ 41 ରନ୍ କରିଥିଲେ । କିଞ୍ଚିତ ଶାହା 30 ରନ କରିଥିଲେ । ଜିସାନ ଅଲି 26 ରନ୍ କରିଥିଲେ । 20 ଓଭରରେ ହଂକଂ ମାତ୍ର 5 ଉଇକେଟ ହରାଇ 152 ରନ୍ କରିବାକୁ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.