Latest Odisha News

BREAKING NEWS

ଭାରତର ରୋମାଂଚକର ବିଜୟ, ସିରିଜ ହାତେଇଲା ଟିମ ଇଣ୍ଡିଆ

ହାଇଦ୍ରାବାଦ: ରୋମାଞ୍ଚକର ତୃତୀୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇଛି ଟିମ୍ ଇଣ୍ଡିଆ । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଛି।

ପ୍ରଥମେ ଟସ୍ ଜିତି ରୋହିତ ଶର୍ମା ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ । ଅଷ୍ଟ୍ରେଲିଆ ଟିମ୍ ଡେଭିଡ୍‌ଙ୍କ ୫୪ ରନ ଏବଂ କ୍ୟାମେରୁନ ଗ୍ରୀନଙ୍କ ୫୨ ରନ ସହାୟତାରେ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା।
୧୮୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତ କେଏଲ ରାହୁଲଙ୍କୁ ପ୍ରଥମ ଓଭରରେ ହରାଇଥିଲା । ରାହୁଲ ଶୂନରେ ଆଉଟ ହୋଇଥିଲେ । ଦଳୀୟ ସ୍କୋର ୩୦ରେ ଅଧିନାୟକ ରୋହିତ ଶର୍ମା୧୭ ରନ୍ କରି ଆଉଟ ହୋଇଥିଲେ । ୩୬ ବଲ୍‌ରେ ବିସ୍ଫୋରକ ବ୍ୟାଟିଂ କରି ୫ ଚୌକା ଏବଂ ୫ ଛକା ବଳରେ ୬୯ ରନ କରିଥିଲେ ସୂର୍ଯ୍ୟ କୁମାର ଯାଦବ ।

କୋହଲି ୪୮ ବଲ୍‌ରୁ ୩ ଚୌକା ଏବଂ ୪ ଛକା ସହ ୬୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ପାଣ୍ଡ୍ୟା ୧୬ ବଲ୍‌ରୁ ୨ ଚୌକା ଏବଂ ୧ ଛକା ସହାୟତାରେ ୨୫ ରନରେ ଅପରାଜିତ ଥିଲେ। ଭାରତ ୧୯.୫ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୭ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
ସୂର୍ଯ୍ୟ କୁମାର ଯାଦବ ୬୯ ରନ କରିଥିବାରୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ହାସଲ କରିଥିଲେ। ବୋଲିଂରେ ଅକ୍ଷର ପଟେଲ୍ ୩୩ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ଅକ୍ଷର ମଧ୍ୟ ମ୍ୟାନ ଅଫ୍ ଦ ସିରିଜ ପୁରସ୍କାର ଗ୍ରହଣ କରିଥିଲେ ।

Leave A Reply

Your email address will not be published.