Latest Odisha News

BREAKING NEWS

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍; ୭ ମୃତ, ୧୦ ଗୁରୁତର

ସିମଲା: ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାସ୍ଥିତ ବଞ୍ଜାର ଘାଟି ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ରାତି ଘାଟିରେ ଓଲଟିଲା ଏକ ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଅଛନ୍ତି। ୫ ଜଣଙ୍କୁ କୁଲ୍ଲୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କର ବଞ୍ଜାରସ୍ଥିତ ଏକ ମେଡିକାଲରେ ଚିକିତ୍ସା ଚାଲିଛି।

ସୂଚନା ଅନୁସାରେ ଘଟଣାଟି ଜାତୀୟ ରାଜପଥ ୩୦୫ ରେ ଘଟିଛି। କୁଲ୍ଲୁ ଜିଲ୍ଲା ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତି ଯେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ଉକ୍ତ ପର୍ଯ୍ୟଟନ ଗାଡିରେ ଡ୍ରାଇଭର ସମେତ ୧୭ ଜଣ ଯାତ୍ରୀ ଥିଲେ। ଡ୍ରାଇଭର ଅସାବଧାନତା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଟିମ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ଘଟଣାସ୍ଥଳରେ ସାତ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଯାତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେପଟେ ସମସ୍ତ ଯାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ବୋଲି କହିଛନ୍ତି କୁଲ୍ଲୁ ଏସପି ଗୁରୁଦେବ ସିଂହ। ତେବେ ଘଟଣାଟି କିପରି ଘଟିଲା ସେ ସମ୍ପର୍କରେ ପୋଲିସ ସ୍ପଷ୍ଟ କରିନଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.