Latest Odisha News

BREAKING NEWS

କୋହଲି,ଗିଲ୍‌ଙ୍କ ଶତକ: ପ୍ରଥମ ଏକଦିବସୀୟରେ ୱେଷ୍ଟଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ହରାଇଲା ଭାରତ

ନୂଆଦିଲ୍ଲୀ: ତିରୁବନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ।  ବିରାଟ କୋହଲି ୧୩୯ ରନ୍‌ର ଦମ୍‌ଦାର୍ ଅପରାଜିତ ପାଳି ଖେଳିଛନ୍ତି । ଏହା ତାଙ୍କ  ଏକଦିବସୀୟ କ୍ୟାରିୟରର ୫୫ତମ ଏବଂ ଆନ୍ତର୍ଜାତୀୟ କ୍ରିକେଟ୍‌ର ୮୬ତମ ଶତକ । ଏହି ମ୍ୟାଚ୍‌ରେ କୋହଲି ମାତ୍ର ୩୦୩ଟି ପାଳିରେ ୧୫,୦୦୦  ରନ୍ ସଂଗ୍ରହ କରି ସବୁଠାରୁ ଦ୍ରୁତ ଖେଳାଳି ଭାବେ ସଚିନ୍ ତେନ୍ଦୁଲକରଙ୍କ (୩୭୭ ପାଳି) ରେକର୍ଡ ଭାଙ୍ଗିଛନ୍ତି ।  ଅଧିନାୟକ  ଶୁଭମନ ଗିଲ୍ ୧୧୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଶତକୀୟ ପାଳି ଖେଳି ଭାରତର ବିଜୟ ପଥ ସୁଗମ କରିଥିଲେ ।ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜଷ୍ଟିନ୍ ଗ୍ରୀଭ୍ସ ୧୦୧ ରନ୍ କରିଥିବା ବେଳେ ଜନ୍ କ୍ୟାମ୍ପବେଲ୍ ୬୨ ରନ୍ ଏବଂ ଆମିର ଜଙ୍ଗୁ ଅପରାଜିତ ୫୮ ରନ୍ କରିଥିଲେ ।

ଭାରତ ପକ୍ଷରୁ ସ୍ପିନର କୁଲଦୀପ ଯାଦବ ୪ଟି, ପ୍ରସିଦ୍ଧ କୃଷ୍ଣା ୨ଟି ଏବଂ ନିତୀଶ କୁମାର ରେଡ୍ଡୀ ୧ଟି ୱିକେଟ୍ ହାସଲ କରିଛନ୍ତି । କୋହଲି ଓ ଗିଲ୍ ଦ୍ୱିତୀୟ ୱିକେଟ୍ ପାଇଁ ୧୨୪ ବଲ୍‌ରେ ୧୫୧ ରନ୍‌ର ଚମତ୍କାର ପାର୍ଟନରସିପ୍ କରି ଭାରତର ବିଜୟ ପକ୍କା କରିଥିଲେ । କୋହଲି ମାତ୍ର ୮୮ ବଲ୍‌ରୁ ୧୩୯ ରନ୍ କରି ଅପରାଜିତ ରହିଥିଲେ, ଯେଉଁଥିରେ ୧୦ଟି ଚୌକା ଏବଂ ୯ଟି ବିଶାଳ ଛକା ସାମିଲ ଥିଲା । ଗିଲ୍ ୧୧ ରନ୍‌ରେ ଥିବା ସମୟରେ କିମୋ ପୋଲ୍ ତାଙ୍କର କ୍ୟାଚ୍ ଛାଡ଼ିଥିଲେ । ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇ ଗିଲ୍  ୧୦ମ ଶତକ (୧୧୦ ରନ୍) ହାସଲ କରିଥିଲେ । ଏହି ମ୍ୟାଚ୍‌ରେ ଯୁବ ପେସର୍ ଗୁରନୂର ବ୍ରାର୍ ଭାରତ ପାଇଁ ନିଜର ଏକଦିବସୀୟ ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । କୁଲଦୀପ ଯାଦବ ୧୦ ଓଭରରେ ମାତ୍ର ୪୦ ରନ୍ ଦେଇ ୪ଟି ମୁଖ୍ୟ ୱିକେଟ୍ ହାସଲ କରି ୱେଷ୍ଟଇଣ୍ଡିଜ୍‌ର ବଡ଼ ସ୍କୋର ସ୍ୱପ୍ନ ଭାଙ୍ଗିଥିଲେ ।

 

 

Comments are closed.