Latest Odisha News

BREAKING NEWS

AK Vs AK: ବର୍ଦ୍ଦି ପିନ୍ଧ ସୀମା ଲଙ୍ଘିଲେ ଅନିଲ କପୁର! ଆପତ୍ତି ଜଣାଇଲା ବାୟୁସେନା, ସିନ୍ ହଟାଇବାକୁ ଦାବି

ନୂଆଦିଲ୍ଲୀ: ଅଭିନେତା ଅନିଲ କପୁରଙ୍କ ଆଗାମୀ ପ୍ରୋଜେକ୍ଟ  AK Vs AK । ଏଥିରେ ମୁଖ୍ୟ ଭୁମିକାରେ ଅଛନ୍ତି ଅନିଲ କପୁର । ରିଲିଜ୍ ହୋଇଥିବା ଟ୍ରେଲରରେ ତାଙ୍କୁ ବାୟୁସେନା ଅଧିକାରୀଙ୍କ ୟୁନିଫର୍ମରେ ଦେଖିବାକୁ ମିଳିଛି । ଏହି ସିନକୁ ନେଇ ଭାରତୀୟ ବାୟୁସେନା ଆପତ୍ତି ଜଣାଇଛି । ସିନକୁ ଫିଲ୍ମରୁ ହଟାଇବାକୁ ଦାବି କରିଛି । ସିନରେ ବାୟୁ ସେନାର ୟୁନିଫର୍ମକୁ ସମ୍ମାନଜନକ ଭାବେ ଦେଖାଯାଇନଥିବା ବାୟୁସେନା ପକ୍ଷରୁ କୁହାଯାଇଛି ।

ବୁଧବାର ବାୟୁସେନା ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ, ଫିଲ୍ମରେ ଏପରି ସିନକୁ ତୁରନ୍ତ ହଟାଯାଉ । ଏଥିରେ ଯେଉଁପରି ଭାଷା ବ୍ୟବହାର କରାଯାଇଛି, ତାହା ବି ଅନୁଚିତ ବୋଲି କୁହାଯାଇଛି । ଏହା ସୈନ୍ୟବାହିନୀର ପ୍ରକୃତ ବ୍ୟବହାର ନୁହଁ । ନେଟଫ୍ଲିକ୍ସରେ ଏହି ଫିଲ୍ମ ଡିସେମ୍ବର ୨୪ ତାରିଖରେ ରିଲିଜ୍ ହେବ । ଫିଲ୍ମରେ ଅନିଲ କପୁରଙ୍କ ସହ ଅନୁରାଗ କଶ୍ୟପ ଲିଡ୍ ରୋଲରେ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିକ୍ରମାଦିତ୍ୟ ମୋଟବାନୀ ।

Leave A Reply

Your email address will not be published.