Latest Odisha News

BREAKING NEWS

ବାଣୀ ଚିତ୍ରର ସମ୍ପାଦକଙ୍କ ବିୟୋଗ

ଭୁବନେଶ୍ୱର : ସିନେ ପତ୍ରିକା ‘ବାଣୀ ଚିତ୍ର’ର ସମ୍ପାଦକ ପରୀକ୍ଷିତ ଜେନା , ଭୁବନେଶ୍ୱର,ନୂଆପଲ୍ଲୀ ସ୍ଥିତ ବାସଭବନରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ତଥା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପରୀକ୍ଷିତ ଜେନାଙ୍କ ସମ୍ପାଦନାରେ ଦୀର୍ଘ ୫୦ ବର୍ଷ ଧରି ନିୟମିତ ଭାବେ ପ୍ରକାଶ ପାଉଥିବା ‘ବାଣୀ ଚିତ୍ର’ ସିନେ ପତ୍ରିକା ବିଶେଷ ସୁନାମ ଅର୍ଜନ କରିଛି । ତାଙ୍କ ବିୟୋଗରେ ରାଜନେତା ପ୍ରଫୁଲ୍ଲ ଘଡେ଼ଇ, ପ୍ରଦୋଶ ପଟ୍ଟନାୟକ, ସିନେ କ୍ରିଟିକ୍ସର ସଂପାଦକ ଦିଲୀପ ହାଲି, ଇଂ. ବିପିନ ବିହାରୀ ନାୟକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.