ଭୁବନେଶ୍ୱର: ବିଦେଶରେ ବଢ଼ି ଚାଲିଛି ଭାରତୀୟଙ୍କ ଉପରେ ଆକ୍ରମଣ । ଜାତି ଏବଂ ବର୍ଣ୍ଣ ଭେଦଭାବକୁ ନେଇ ଆକ୍ରମଣ ହୋଇଥିବା କେତେ ଘଟଣା ଆଗରୁ ନଜିର୍ ଅଛି । ଗତ ୧୧ ତାରିଖରେ ଘଟିଛି ପୁଣି ଏମିତି ଏକ ଘଟଣା । ଟେକ୍ସାସ ସହରରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଉପରେ ହୋଇଛି ଆକ୍ରମଣ । କପେଲ୍ ମିଡିଲ୍ ସ୍କୁଲର କ୍ଲାସରୁମ୍ରେ ଏହି ଭାରତୀୟ ଛାତ୍ରଙ୍କୁ ସହପାଠୀ କରିଛନ୍ତି ମରଣାନ୍ତକ ଆକ୍ରମଣ ।
ଶାନ୍ ପ୍ରୀତିମାନି ନାମକ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ସହପାଠୀ ଆମେରିକୀୟ ଛାତ୍ର ତଂଟି ଚିପୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି । ପାଖାପାଖି ୪ ମିନିଟ୍ ଧରି ତାଙ୍କ ତଂଟି ଚିପି ଧରିଥିଲେ ବି କେହି ପ୍ରତିବାଦ କରିନାହାନ୍ତି । ବରଂ ଶାନ୍ ନିର୍ଦ୍ଦୋଷ ହୋଇଥିଲେ ବି ତାଙ୍କୁ ସହିବାକୁ ପଡ଼ିଛି ଅଧିକ ଦଣ୍ଡ । ଆକ୍ରମଣକାରୀ ଛାତ୍ରଙ୍କୁ ଦିନେ ଏବଂ ଶାନ୍ ଙ୍କୁ ସ୍କୁଲ କର୍ତୁପକ୍ଷ ତିନି ଦିନ ସସପେଣ୍ଡ କରିଛନ୍ତି ।
ସେପଟେ ଏହାକୁ ନେଇ ସୋସିଆଲ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା । ଏଭଳି ଘଟଣା ଅମାନବିକତା କହିବା ସହ ସ୍କୁଲ ଏବଂ ସ୍ଥାନୀୟ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି ଉଭୟ ଭାରତୀୟ ଏବଂ ଆମେରିକୀୟ ନେଟିଜେନ୍ । ଜବରଦସ୍ତି ବେଂଚରୁ ଉଠିବାକୁ କହି ଆକ୍ରମଣ କରୁଥିଲେ କେହି କରିନାହାନ୍ତି ପ୍ରତିବାଦ । ଅସହାୟ ଶାନ୍ ଆକ୍ରମଣ ପରେ ସ୍କୁଲରୁ ସସପେଣ୍ଡ ହୋଇ ମାନସିକ ଭାରକ୍ରାନ୍ତ ହୋଇପଡ଼ିଥିବା ଜଣାପଡ଼ିଛି ।
Comments are closed.