Latest Odisha News

BREAKING NEWS

ଭୁବନେଶ୍ୱରରେ ଫାଙ୍କା ଗୁଳି; ଲୋକେ ଆତଙ୍କିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅତି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ନୟାପଲ୍ଲୀରେ ମଙ୍ଗଳବାର ସଂଧ୍ୟାରେ ଫୁଟିଛି ଗୁଳି । କେହି ଏଥିରେ ମୃତାହତ ହୋଇନାହାନ୍ତି । କେବଳ ଫାଙ୍କା ଗୁଳି ଚାଳନା ହୋଇଥିବା କମିଶନରେଟ ପୋଲିସ୍ ସୂଚନା ଦେଇଛି ।

ଘଟଣାସ୍ଥଳରେ ଡିସିପି ପ୍ରତୀକ ସିଂ ପହଞ୍ଚି ତଦନ୍ତ କରିଛନ୍ତି । ଗୁଳିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ଭାଇଗିରି ବା ଖାତିରି ଦେଖେଇ ଆତଙ୍କିତ କରିବାକୁ ଏଭଳି କାଣ୍ଡ ହୋଇଛି ବୋଲି ସନ୍ଦେହ କରାଯାଉଛି ।

ନୟାପଲ୍ଲୀରୁ ୟୁନିଟ୍-୮ ଯିବା ରାସ୍ତାରେ ଏହି ଗୁଳିକାଣ୍ଡ ଘଟିଛି । ଫାଙ୍କା ଗୁଳି ଚାଳନା ପରେ ଦୁବୃର୍ତ୍ତ ସେଠାରୁ ଚମ୍ପଟ ମାରିଛନ୍ତି । ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜ ଚେକ୍ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା ତଦନ୍ତ କରୁଛି କମିଶନରେଟ ପୋଲିସ୍ ।

Leave A Reply

Your email address will not be published.