Latest Odisha News

BREAKING NEWS

ବାଙ୍ଗାଲୋର ହଲ ଅଫ ଫେମରେ ଗେଲ, ଡିଭିଲର୍ସ

ବାଙ୍ଗାଲୋର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୨ ପୂର୍ବତନ ଷ୍ଟାର ଖେଳାଳି କ୍ରିସ ଗେଲ ଓ ଏବି ଡିଭିଲର୍ସଙ୍କୁ ମଙ୍ଗଳବାର ହଲ ଅଫ ଫେମରେ ସାମିଲ କରାଯାଇଛି । ଏହି ଦୁଇ ଖେଳାଳିଙ୍କ ଯୋଗୁ ଆଇପିଏଲ ବେଶ ଲୋକପ୍ରିୟ ହୋଇଥିଲା । ବିରାଟ କୋହଲି ମଧ୍ୟ ଏହି ଦୁଇ ଖେଳାଳିଙ୍କୁ ହଲ ଅଫ ଫେମରେ ସାମିଲ କରାଯାଇଥିବାରୁ ଖୁସି ହୋଇଛନ୍ତି । ୨୦୧୧ରୁ ଏହି ଦୁଇ ମହାନ ଖେଳାଳି ଏକତ୍ର ବାଙ୍ଗାଲୋର ପକ୍ଷରୁ ଖେଳିଥିଲେ । ଏହି ସିଜନରେ ଡିର୍କ ନେନ୍ସଙ୍କ ସ୍ଥାନରେ ଗେଲ ବାଙ୍ଗାଲୋର ସହିତ ଯୋଡି ହୋଇଥିଲେ ବୋଲି କୋହଲି କହିଛନ୍ତି ।

୨୦୧୬ରେ ଗୁଜରାଟ ଲାୟନ୍ସ ବିପକ୍ଷରେ ଡିଭିଲର୍ସଙ୍କ ସହ ବଡ ପାର୍ଟନରଶିପ ହୋଇଥିଲା । ଏହି ମ୍ୟାଚରେ ସେ କେତେ ମହାନ ବ୍ୟାଟ୍ସମ୍ୟାନ ତାହା ମୁଁ ହୃଦୟଙ୍ଗମ କରିଥିଲି । ୨୦୨୧ ଉଭୟ ଖେଳାଳିଙ୍କ ଅନ୍ତିମ ଆଇପିଏଲ ଥିଲା । ଡିଭିଲର୍ସ ଅବସର ଘୋଷଣା କରିଥିବା ବେଳେ ଗେଲ ନିଲାମରେ ସାମିଲ ହୋଇ ନ ଥିଲେ ।

Leave A Reply

Your email address will not be published.