Latest Odisha News

ପାରାଦୀପରେ ଲାଗିଲା ତଟରକ୍ଷା ବାହିନୀ ଜାହାଜ ‘ବିଜୟ’

ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ‘ବିଜୟ’ ଓଡ଼ିଶା ଉପକୂଳର ସୁରକ୍ଷା, ପରିବେଶ ସୁରକ୍ଷା, ପ୍ରାକୃତିକ ଦୁର୍ବିପାକ ତଥା ସମୁଦ୍ର ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସହାୟତା ପ୍ରଦାନ କରିବାକୁ ପାରାଦୀପ ବନ୍ଦରରେ ପହଞ୍ଚିଛି ।

ପାରାଦୀପ ବନ୍ଦରରେ ଏହି ଇଣ୍ଡିଆନ କୋଷ୍ଟଗାର୍ଡ଼ ଜାହାଜ ‘ବିଜୟ’ ପହଞ୍ଚିବା ପରେ କୋଷ୍ଟଗାର୍ଡ଼ ଡ଼ିଆଇଜି ରାଜେଶ ମକାନ୍ନା ଜାହାଜକୁ ପାରମ୍ପରିକ ଭାବେ ସ୍ୱାଗତ ସମ୍ପର୍ଦ୍ଦନା ଜଣାଇଥିଲେ ।

ଭାରତୀୟ ତଟରକ୍ଷୀ ବାହିନୀକୁ ସୁରକ୍ଷା ପ୍ରଦାନ କରୁଥିବା ଜାହାଜ ‘ବିଜୟ’ରେ ୧୨ ଜଣ କୋଷ୍ଟଗାର୍ଡ଼ ଅଫିସରଙ୍କ ସହିତ ୯୧ଜଣ ସଶସ୍ତ୍ର ଯବାନ ରହିଛନ୍ତି ।

ଏହି ବିଶାଳକାୟ ଜାହାଜ ‘ବିଜୟ’ର ଲମ୍ବା ହେଉଛି ୯୮ ମିଟର ।

ଭାରତୀୟ ତଟରକ୍ଷା ବାହିନୀର ଜାହାଜ ‘ବିଜୟ’ ଓଡ଼ିଶା ଉପକୂଳରେ ବେଆଇନ ବିଦେଶୀ ବୋଟ ତଥା ଜାହାଜ ଗୁଡ଼ିକୁ ଓଡ଼ିଶା ଉପକୂଳ ମଧ୍ୟରେ ପ୍ରବେଶ ନକରାଇଦେବାକୁ ଚେଷ୍ଟା କରିବା ସହିତ ପ୍ରାକୃତିକ ଦୁର୍ବିପାକ ଯଥା, ଭୁକମ୍ପ, ବନ୍ୟା, ବାତ୍ୟା ତଥା ସୁନାମୀ ସମୟରେ ସାହାଯ୍ୟ ଓ ସହଯୋଗ କରିବ ।

Leave A Reply

Your email address will not be published.