Latest Odisha News

BREAKING NEWS

ଲଣ୍ଡନ ଫ୍ୟାଶନ ୱିକରେ ଭାରତୀୟ ସଂସ୍କୃତିର ଝଲକ

ନୂଆଦିଲ୍ଲୀ: ବିଦେଶରେ ସବୁବେଳେ ଭାରତୀୟ ସଂସ୍କୃତିକୁ ବହୁତ ପସନ୍ଦ କରାଯାଏ । ଲଣ୍ଡନର ଫ୍ୟାଶନ ଶୋ’ରେ ଏମିତି କିଛି ଦେଖିବାକୁ ମିଳିଛି । ବିଦେଶୀ ମଡେଲ ର‌୍ୟାମ୍ପରେ ଭାରତୀୟ ପରିଧାନ ‘ଶାଢ଼ୀ’ ପିନ୍ଧି ଚାଲୁଥିବାର ନଜର ଆସିଛନ୍ତି । ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଏକ ଫ୍ୟାଶନ ଶୋ’ର ଆୟୋଜନ କରିଥିଲେ । ଯେଉଁଥିରେ ସେ ଭାରତର ପାଖାପାଖି ୧୭ ଭିନ୍ନ ଭିନ୍ନ ଶାଢ଼ୀକୁ ଲୋକଙ୍କ ସାମନାରେ ପ୍ରଦର୍ଶିତ କରିଥିଲେ ।

ଏଥିରେ ଉତ୍ତର ଭାରତର କାଶ୍ମୀରୀ ଓ ଫୁଲକାରୀ, ପଶ୍ଚିମବଙ୍ଗର କାନ୍ଥା ଓ ବାଲୁଚରୀ, ଗୁଜରାଟର ଘରଚୋଲା, ମହାରାଷ୍ଟ୍ରର ପୈଠଣୀ, ତାମିଲନାଡୁର କାଂଜିବରମ୍ ଓ କେରଳର କସାବୁ ଶାଢ଼ୀ ଆଦି ସାମିଲ ଥିଲା ।

ଏହି କାର୍ଯ୍ୟକ୍ରମର ଆୟୋଜନ ପରେ କେନ୍ଦ୍ରୀୟ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏକ ଭିଡିଓ ମେସେଜ୍ ଆସିଥିଲା । ସେ କହିଥିଲେ କି, “ ଏହି ବୁଣା ହୋଇଥିବା ବସ୍ତ୍ର ଆପଣଙ୍କ ପାଇଁ ଭାରତୀୟ ବସ୍ତ୍ରର ସମୃଦ୍ଧ ବିଭିନ୍ନତାକୁ ନେଇ ଆସିଛି । ଶାଢ଼ୀ କେବଳ ଏକ କପଡା ନୁହେଁ ଆମ ଭାରତୀୟଙ୍କ ପାଇଁ ଗୌରବର ବିଷୟ ମଧ୍ୟ ।”

ଏହି ସମାରୋହରେ ବ୍ରିଟେନର ବିଦେଶୀ ମନ୍ତ୍ରୀ ଲର୍ଡ ତାରିକ୍ ଅହମଦଙ୍କ ଠାରୁ ଆରମ୍ଭ କରି ଇସ୍ରାଏଲର ରାଜଦୂତ ମାର୍କ ରେଗୱେ ଓ ବାଙ୍ଗଲାଦେଶର ଉଚ୍ଚ ଆୟୋଗ ମଧ୍ୟ ସାମିଲ ଥିଲେ ।

Leave A Reply

Your email address will not be published.