Latest Odisha News

ଟିମ୍ ଇଣ୍ଡିଆର ମହିଳା ପେସର ଗ୍ୟାସ ସିଲିଣ୍ଡର ଉଠାଇ ଅଭ୍ୟାସ କରୁଛନ୍ତି

ଭୋପାଳ: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ କରାଯାଇଛି । ଏହା ଦ୍ୱାରା ଯେପରି ଅଭ୍ୟାସରେ ଅସୁବିଧା ସୃଷ୍ଟି ନ ହେବ ସେଥିପାଇଁ ଭାରତୀୟ ମହିଳା କ୍ରିକେଟ ଦଳର ପେସ ବୋଲର ପୂଜା ବାସ୍ତ୍ରକାର ନିଜ ଘରର ଛାତକୁ ଅଭ୍ୟାସ ଗ୍ରାଉଣ୍ଡ କରିଦେଇଛନ୍ତି । ସେଠାରେ ସେ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ସେ ଗ୍ୟାସ ସିଲଣ୍ଡରକୁ ଉଠାଇ ବ୍ୟାୟାମ କରୁଛନ୍ତି ।

ଏ ସବୁ ବ୍ୟତୀତ ଅନଲାଇନରେ ରାଜସ୍ଥାନ ରୟାଲ୍ସର ପେସ ବୋଲର ପ୍ରଶିକ୍ଷକ ଷ୍ଟିଫେନ୍ ଜୋନ୍ସଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି । ୨୦୨୧ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳ ଯୋଗ୍ୟତା ହାସଲ କରିବା ପରେ ଖେଳାଳିଙ୍କ ଉତ୍ସାହ ବଢ଼ିଯାଇଛି ।

Comments are closed.