Latest Odisha News

ପୁଣି ଚନ୍ଦ୍ରରେ ଉଡିବ ତ୍ରିରଙ୍ଗା

ନୂଆଦିଲ୍ଲୀ: ଇସ୍ରୋର ସମସ୍ତ ଚନ୍ଦ୍ରଯାନ ମିଶନ୍ ସଫଳ ହେବ ସହିତ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଚନ୍ଦ୍ରରେ ଜଳର ଉପସ୍ଥିତି ଚିହ୍ନଟ କରିବା ହେଉ କିମ୍ବା ବିଶ୍ୱରେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା। ଭାରତୀୟ ଚନ୍ଦ୍ରାୟଣ ମିଶନ ପାଇଁ ହିଁ ଚନ୍ଦ୍ରପୃଷ୍ଠରେ ଉଡୁଛି ତ୍ରିରଙ୍ଗା। ଏବେ ଭାରତ ଚନ୍ଦ୍ରାୟଣ-୫ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣ କହିଛନ୍ତି, ଚନ୍ଦ୍ରାୟଣ -୫ ମିଶନକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଚନ୍ଦ୍ର ପୃଷ୍ଠରେ ମଣିଷ ପହଞ୍ଚିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ।

ଚନ୍ଦ୍ରାୟଣ-୫ ମିଶନ କ’ଣ?
ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି, ଭାରତ ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ମଣିଷଙ୍କୁ ଅବତରଣ କରିବାର ଲକ୍ଷ୍ୟ ରଖିଛି। ଏହି ଦିଗରେ ଭାରତର ଦକ୍ଷତା ବୃଦ୍ଧି ପାଇଁ ଚନ୍ଦ୍ରାୟଣ-୫ ମିଶନ ପଠାଯିବ। କେବଳ ଏତିକି ନୁହେଁ, ଭାରତ ୨୦୩୫ ସୁଦ୍ଧା ନିଜର ମହାକାଶ ଷ୍ଟେସନ ବିକଶିତ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି। ଚନ୍ଦ୍ରାୟଣ-୫ ମିଶନକୁ ଅନୁମୋଦନ ଦେଇଛନ୍ତି ସରକାର । ଏଥିରେ ୩୫୦ କିଲୋଗ୍ରାମ ଓଜନର ଏକ ରୋଭର ରହିବ। ଏଥିରେ ଏକାଠି କାମ କରିବେ ଭାରତ ଏବଂ ଜାପାନ ।

ତେବେ ଚନ୍ଦ୍ରାୟଣ-୫ ପୂର୍ବରୁ ଚନ୍ଦ୍ରାୟଣ-୪ ପ୍ରେରଣ କରାଯିବ। ଏହାକୁ ଚନ୍ଦ୍ରପୃଷ୍ଠରୁ ବିଭିନ୍ନ ନମୁନା ସଂଗ୍ରହ କରିବ। ୨୦୨୪ ରେ ସରକାର ଚନ୍ଦ୍ରାୟଣ-୪ ମିଶନକୁ ଅନୁମୋଦନ କରିଥିଲେ। ଚନ୍ଦ୍ରରେ ସୁରକ୍ଷିତ ଅବତରଣ ଏବଂ ପ୍ରତ୍ୟାବର୍ତ୍ତନ ପାଇଁ କ୍ଷମତା ନିର୍ମାଣ ପାଇଁ ଏହି ମିଶନ ପ୍ରସ୍ତୁତ କରାଯାଉଛି। ଏହା ପୂର୍ବରୁ ଭାରତ ୩ ଟି ଚନ୍ଦ୍ରାୟଣ ମିଶନ ସଫଳ କରିସାରିଛି। ଭାରତର ଚନ୍ଦ୍ରାୟଣ-୩ ମିଶନ୍ ବିଶ୍ୱର ପ୍ରଥମ ଚନ୍ଦ୍ର ମିଶନ ଥିଲା, ଯେଉଁଥିରେ ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା।

୨୦୩୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବ ଭାରତ
ଚନ୍ଦ୍ରାୟଣ ଏବଂ ମଙ୍ଗଳୟାନ ଭଳି ମିଶନ ସହିତ ଗଗନୟାନ ମିଶନ ପାଇଁ ପ୍ରସ୍ତୁତି ଚଳାଇଛି ଭାରତ। ୨୦୩୫ ସୁଦ୍ଧା ମହାକାଶରେ ପହଞ୍ଚିବେ ମଣିଷ। ଅନ୍ୟପଟେ କେବଳ ୩ ଟି ଦେଶ ଆମେରିକା, ରୁଷ ଏବଂ ଚୀନର ନିଜର ମହାକାଶ ଷ୍ଟେସନ ଥିବାବେଳେ, ୨୦୩୫ ସୁଦ୍ଧା ନିଜର ମହାକାଶ ଷ୍ଟେସନ ବିକଶିତ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ଭାରତ।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.