ଦୁବାଇ: ଜଣେ ୧୫ ବର୍ଷର ଭାରତୀୟ ଝିଅ ଦୁବାଇରେ ୨୫ ଟନ୍ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର ଯୋଗ୍ୟ କରିବାରେ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଦିନ ଏକ ଗଣମାଧ୍ୟମ ରିପୋର୍ଟରେ ସୂଚନା ଦିଆଯାଇଛି ଯେ ଏହି ଯୁବତୀ ଜଣକ ୪ ବର୍ଷରୁ ଅଧିକ ସମୟ ଧରି ଏହି କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ସମୟ ମଧ୍ୟରେ ସେ ଏଠାରେ ୨୫ ଟନ୍ରୁ ଅଧିକ ଇ-ଆବର୍ଜନା ପୁନଃ ବ୍ୟବହାର ଯୋଗ୍ୟ କରିଛନ୍ତି।
ଜେମ୍ସ ମଡର୍ନ ଏକାଡେମୀ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ରିବା ଟୁଲପୁଲେ କହିଛନ୍ତି ଯେ ଅଧିକାଂଶ ଲୋକ ସେମାନଙ୍କର ପୁରୁଣା ଉପକରଣ ଏବଂ ଯନ୍ତ୍ରପାତିକୁ ସାଧାରଣତଃ ଅଳିଆଗଦାରେ ପକାନ୍ତି। ଏହାର ପୁନଃ ବ୍ୟବହାର ସମ୍ବନ୍ଧୀୟ ବିକଳ୍ପଗୁଡ଼ିକ ବିଷୟରେ ସେମାନେ ଅବଗତ ନୁହଁନ୍ତି। ୨୦୦୦ ରୁ ଅଧିକ ଭଙ୍ଗା ଲାପଟପ୍, ଟ୍ୟାବ୍, ମୋବାଇଲ୍ ଫୋନ୍, ପ୍ରିଣ୍ଟର୍ ଏବଂ କିବୋର୍ଡ୍ ସହିତ ରିବା ଦୁବାଇ ସ୍ଥିତ ଏନ୍ଭିରୋ ସର୍ଭରେ ପହଞ୍ଚିଥିଲେ। ଯାହା ଇଲେକ୍ଟ୍ରୋନିକ୍ ରିସାଇକ୍ଲିଂ ଏବଂ ପ୍ରକ୍ରିୟାକରଣ ପାଇଁ ସବୁଠାରୁ ବଡ ସଂସ୍ଥା।
Comments are closed.