Latest Odisha News

BREAKING NEWS

କିଡନି ରାକେଟର ଚେର ଖୋଜିବା ପାଇଁ ରିମାଣ୍ଡରେ ଯିବ ଅଭିଯୁକ୍ତ

ଭୁବନେଶ୍ୱର : କିଡନୀ ରାକେଟ କେଳେଙ୍କାରୀ ମାମଲାରେ ଅଧିକ ତନାଘନା ପାଇଁ ରିମାଣ୍ଡରେ ଆସିବ ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ । ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ କମିଶନରେଟ୍ ପୋଲିସ SDJM କୋର୍ଟରେ ଆବେଦନ କରିଛି । ତା ସହ ଏହି କାମରେ ଆଉ କିଏ କିଏ ଜଡିତ ଅଛି ସେ ନେଇ ପଚରାଉଚରା କରିବ ।

ରୋଗୀମାନଙ୍କୁ କିଡନୀ ଯୋଗାଇ ଦେବା ପାଇଁ କହି ତାଙ୍କ ଠାରୁ ପ୍ରାୟ ୧୮ ଲକ୍ଷ ଟଙ୍କା ଠକେଇ ନେଇଥିବା ଅଭିଯୋଗ ହୋଇଥିଲା । ଟଙ୍କା ନେବା ପରେ ସେ ଆଉ ଧରାଛୁଆଁ ଦେଉ ନ ଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହା ଆଧାରରେ ତାଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.