Latest Odisha News

BREAKING NEWS

କାଣ୍ଟେ କା ଟକ୍କରରେ ବେଲଜିୟମଠାରୁ ହାରିଲା ଭାରତୀୟ ପୁରୁଷ ହକି ଟିମ୍, ବ୍ରୋଞ୍ଜ ପାଇଁ ଲଢ଼ିବ

ଟୋକିଓ: ଅଲିମ୍ପିକ୍ସ ହକିରେ ଭାରତର ସ୍ୱର୍ଣ୍ଣ ଆଶା ଧୂଳିସାତ ହୋଇଛି । ସେମିଫାଇନାଲରେ ଓ୍ୱାର୍ଲଡ ଚାମ୍ପିଅନ୍ ବେଲଜିୟଠାରୁ ୫-୨ ଗୋଲରେ ହାରିଯାଇଛି ଭାରତୀୟ ପୁରୁଷ ହକି ଟିମ୍ । ଆଜିର ମ୍ୟାଚରେ କାଣ୍ଟେ କା ଟକ୍କର ହୋଇଥିଲା । ମ୍ୟାଚ୍ ହାରିଥିଲେ ବି ଭାରତ ପାଖରେ ପଦକ ଜିତିବାର ସୁଯୋଗ ରହିଛି । ବ୍ରୋଞ୍ଜ ମେଡାଲ୍ ପାଇଁ ଖେଳିବ ଟିମ୍ ଇଣ୍ଡିଆ ।

ମ୍ୟାଚ୍ ଆରମ୍ଭରୁ ଆଟାକିଂ ଖେଳିଥିଲା ବେଲଜିୟମ୍ । ପ୍ରଥମ କ୍ୱାର୍ଟରରେ ଭାରତ ଉପରେ ପ୍ରଥମ ଗୋଲ୍ ଦେଇଥିଲା । ଏହାପରେ ଆଟାକିଂ ମୁଡକୁ ଆସିଥିଲା ଟିମ୍ ଇଣ୍ଡିଆ । ବେଲଜିୟମକୁ ଗୋଲ୍ ସୁଝିଥିଲା । ପ୍ରଥମ କ୍ୱାର୍ଟରର ୭ ମିନିଟରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ ପ୍ରଥମ ଗୋଲ୍ ଦେଇଥିଲେ । ପରେ ୮ ମିନିଟରେ ଆଉ ଗୋଟିଏ ଗୋଲ୍ ଦେଇଥିଲେ ମନଦୀପ ସିଂହ । ପ୍ରଥମ କ୍ୱାର୍ଟରରେ ୨-୧ରେ ଆଗୁଆ ରହିଥିଲା ଟିମ୍ ଇଣ୍ଡିଆ ।

ଦ୍ୱିତୀୟ କ୍ୱାର୍ଟରରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ବାରମ୍ବାର ପେନାଲ୍ଟି ପାଇଥିଲେ ବି ଗୋଲ୍ କରିପାରି ନଥିଲା ବେଲଜିୟମ୍ । କିନ୍ତୁ ଶେଷ ଆଡକୁ ଗୋଲ୍ ଦେଇ ଦ୍ୱିତୀୟ କ୍ୱାର୍ଟରକୁ ୨-୨ରେ ବରାବର କରିଥିଲା ବେଲଜିୟମ୍ । ତୃତୀୟ କ୍ୱାର୍ଟରରେ ଭାରତକୁ ପେନାଲ୍ଟି ମିଳିଥିଲେ ବି ଗୋଲ୍ କରି ପାରି ନଥିଲେ ହରମନପ୍ରୀତ ସିଂହ । ତୃତୀୟ କ୍ୱାର୍ଟର ୨-୨ରେ ଶେଷ ହେବା ପରେ ଚତୁର୍ଥ ତଥା ଅନ୍ତି କ୍ୱାର୍ଟର ଭାରତ ପାଇଁ ଭାରି ପଡ଼ିଥିଲା ।

ଚତୁର୍ଥ କ୍ୱାର୍ଟର ଆରମ୍ଭରୁ ଭାରତ ଉପରେ ପ୍ରଭାବ ପକାଇଥିଲା ବେଲଜିୟମ୍ । ଲଗାତାର ତିନିଟି ଗୋଲ୍ ଦେଇଥିଲା । ୪୯ ମିନିଟରେ ପେନାଲଟିକୁ ଗୋଲ୍ କରିଥିଲେ ଆଲେକ୍ସଣ୍ଡର ହେନରିକ୍ସ । ୫୩ ମିନିଟରେ ପୁଣି ଥରେ ବେଲଜିୟମକୁ ମିଳିଥିଲା ପେନାଲ୍ଟି ଷ୍ଟ୍ରୋକ୍ । ଗୋଲ୍ ଦେବା ସହ ୪-୨ରେ ଆଗୁଆ ହୋଇଥିଲା ।

ଶେଷରେ ଆଉ ଗୋଟିଏ ଗୋଲ୍ ଦେଇଥିଲେ ଆଲେକ୍ସଜାଣ୍ଡର ହେନରିକ୍ । ତାଙ୍କର ହାଟ୍ରିକ୍ ଗୋଲ୍ ବଳରେ ବେଲଜିୟମ୍ ସେମି ଫାଇନାଲକୁ ୫-୨ରେ ଜିତି ଫାଇନାଲକୁ ଯାଇଛି ।

Leave A Reply

Your email address will not be published.