Latest Odisha News

BREAKING NEWS

ଆଜି ରାଜ୍ୟରୁ ୧୧୨୯ କରୋନା ପଜିଟିଭ୍, ୧୮ ଜିଲ୍ଲାରେ ନୂଆ ଆକ୍ରାନ୍ତ ସଂଖ୍ୟା ୧୦ରୁ କମ୍

ଭୁବନେଶ୍ୱର: ରାଜ୍ୟରେ ହଜାରେକୁ ଖସିଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବଢିଥିଲେ ବି ସ୍ଥିତି ନିୟନ୍ତ୍ରଣରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ଶହ ୨୯ ପଜିଟିଭ୍ । ଗତକାଲି ଏହି ସଂଖ୍ୟା ଥିଲା ୧ହଜାର ୩ । ୨୪ ଘଣ୍ଟାରେ ରାଜ୍ୟରେ ୫୯ହଜାର ୩୭୮ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୯୦ ପ୍ରତିଶତ ।

୨୪ ଘଣ୍ଟାରେ କ୍ୱାରେଣ୍ଟାଇନରୁ ୬୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୭୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ଆଉ ୧୩୫ ସଂକ୍ରମିତ ହୋଇଛନ୍ତି । ଆଜି ଗଜପତି ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।

୨୭ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ଅଛି । ଏଥିରୁ ୧୮ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ କମ୍ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୮୦ହଜାର ୮୬୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୬୦ହଜାର ୩୮୬ ଆକ୍ରାନ୍ତ । ଏବେ ୧୪ହଜାର ୩୨୫ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.