ନୂଆଦିଲ୍ଲୀ: ଆମେରିକାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ତଥା ବିଶିଷ୍ଟ ଅଥନୀତିଜ୍ଞ ଅଭିଜିତ ବାନାର୍ଜୀ ଅର୍ଥନୀତି ଲାଗି ଚଳିତ ବର୍ଷର ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ନ୍ୟୁୟର୍କଠାରେ ୨୦୧୯ ବର୍ଷ ଲାଗି ଅର୍ଥନୀତିରେ ଯେଉଁ ୩ ଜଣ ବ୍ୟକ୍ତି ନୋବେଲ୍ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ହେଲେ ଅଭିଜିତ ବାନାର୍ଜୀ, ଏଷ୍ଠର୍ ଡ଼ଫଲୋ ଏବଂ ମାଇକେଲ୍ କ୍ରେମର୍ । ଏହି ଘୋଷଣା ସୋମବାର ଦିନ ଘୋଷଣା କରାଯାଇଛି ।
BREAKING NEWS:
The 2019 Sveriges Riksbank Prize in Economic Sciences in Memory of Alfred Nobel has been awarded to Abhijit Banerjee, Esther Duflo and Michael Kremer “for their experimental approach to alleviating global poverty.”#NobelPrize pic.twitter.com/SuJfPoRe2N— The Nobel Prize (@NobelPrize) October 14, 2019
ସମଗ୍ର ବିଶ୍ୱରୁ ଦାରିଦ୍ର୍ୟ ଦୂରିକରଣ ଲାଗି ଏହି ୩ ଜଣ ଅର୍ଥଶାସ୍ତ୍ରୀଙ୍କ ଅତୁଳନୀୟ ସନ୍ଦର୍ଭ ତଥା ଅର୍ଥନୀତିରେ ଅବଦାନ ଲାଗି ନୋବେଲ୍ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ବିଶ୍ୱସ୍ତରରେ ଅର୍ଥନୈତିକ ବିକାଶ ତଥା ଦାରିଦ୍ର୍ୟ ଦୂରିକରଣ ଲାଗି ଏହି ତିନିଜଣ ଅର୍ଥ ବିଶାରଦଙ୍କ ଅବଦାନ ପ୍ରକୃତରେ ଅତ୍ୟନ୍ତ ପ୍ରଶଂସନୀୟ । ଏହି ଜଣାଶୁଣା ଅଥନୀତି ଗବେଷକମାନଙ୍କ ମୂଲ୍ୟବାନ ପରାମର୍ଶକୁ ନେଇ ଏବେ ଗବେଷଣା ଜାରି ରହିଛି, ଯାହାଦ୍ୱାରା କି ବିଶ୍ୱରୁ ଦାରିଦ୍ର୍ୟ ଦୂରିକରଣ ହୋଇପାରିବ ବୋଲି ନୋବେଲ୍ କମିଟି ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।
ବର୍ତ୍ତମାନ ଆମେରିକାରେ ସ୍ଥାୟୀ ବାସିନ୍ଦା ଭାବେ ବସବାସ କରୁଥିବା ବିଶ୍ୱର ଅନ୍ୟତମ ବିଶିଷ୍ଟ ଅର୍ଥଶାସ୍ତ୍ରୀ ୫୮ ବର୍ଷ ବୟସ୍କ ଶ୍ରୀ ବାନାର୍ଜୀ କଲିକତା ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀର ଜୱାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେ ୧୯୮୮ରେ ହାଭାର୍ଡ଼ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଛନ୍ତି ।
ଅଧୁନା ଶ୍ରୀ ବାନାର୍ଜୀ ଆମେରିକାର ‘ମାସାଚ୍ୟୁଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି’ରେ ଫର୍ଡ଼ ଫାଇଣ୍ଡେସନ ଇଣ୍ଟରନ୍ୟାସନାଲ୍ ପ୍ରଫେସର ଅଫ ଇକୋନୋମିକ୍ସ ଭାବେ କାର୍ଯ୍ୟରତ ।
Comments are closed.