Latest Odisha News

BREAKING NEWS

ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସକୁ ଉଦଘାଟନ କରିବେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ କୁ ଉଦଘାଟନ କରିବେ।

ଆସନ୍ତାକାଲିଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନର ପ୍ରଚଳନକୁ ରେଳ ମନ୍ତ୍ରଣାଳୟ ସ୍ଥିର କରିଅଛି I ଭୁବନେଶ୍ୱର ଠାରୁ ଏହି ଟ୍ରେନ ଅପରାହ୍ନ ୧ଘ.୩୦ମି. ସମୟରେ ଏହାର ପ୍ରାରମ୍ଭିକ ଯାତ୍ରା ଆରମ୍ଭ କରିବ I

କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଆସନ୍ତାକାଲି ନୂଆ ଦିଲ୍ଲୀ ଠାରୁ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ସହିତ ଅନ୍ୟ ୯ଟି ସେବା ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିବେ I

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଉପସ୍ଥିତ ରହିବେ I ଓଡିଶା ସରକାରଙ୍କ ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକ ମାନେ ମଧ୍ୟ ଏହି ଅବସରରେ ଭୁବନେଶ୍ୱର ଠାରେ ଉପସ୍ଥିତ ରହିବେ I

Leave A Reply

Your email address will not be published.