Latest Odisha News

BREAKING NEWS

‘ନାସା ଏଷ୍ଟ୍ରୋନେଟ ମିଶନ’: ଭାରତୀୟ ବଂଶୋଦ୍ଭବ ରାଜା ଚାରୀ ମନୋନୀତ

ଭୁବନେଶ୍ୱର: ନାସା ଆଗାମୀ ଏଷ୍ଟ୍ରୋନେଟ ମିଶନ ପାଇଁ ମହାକାଶଚାରୀଙ୍କ ନାମ ଘୋଷଣା କରିଛି । ଏଥିରେ ଭାରତୀୟ ବଂଶୋଦ୍ଭବ ରାଜା ଚେରୀ ସ୍ଥାନ ପାଇଛନ୍ତି ।

ସୁନୀତା ୱିଲିୟମ୍ସ ଓ କଳ୍ପନା ଚାୱଲାଙ୍କ ପରେ ସେ ତୃତୀୟ ଭାରତୀୟ ବଂଶୋଦ୍ଭବ ଭାବେ ୩ଟି ମିଶନ ପାଇଁ ସୁଯୋଗ ପାଇଛନ୍ତି ।

୨୦୧୭ରେ ୧୮ ହଜାର ଆବେଦକଙ୍କ ମଧ୍ୟରେ ୧୧ଜଣଙ୍କୁ ସାମିଲ କରାଯାଇଥିଲେ । ୨ ବର୍ଷ ପ୍ରଶିକ୍ଷଣ ପରେ ସେ ସମ୍ମାନଜନକ ମିଶନ ପାଇଁ ବଛା ଯାଇଛନ୍ତି । ନାସାର ପରମ୍ପରା ମୁତାବକ ଚାରୀଙ୍କୁ ରୁପାର କଲମ ପ୍ରଦାନ କରାଯାଇଥିଲା ।

ଏହି ପରମ୍ପରା ଅନୁସାରେ ଅନ୍ତରୀକ୍ଷକୁ ଯାଇଥିବା ମହାକାଶଚାରୀ ଏହି କଲମ ଅଦଳବଦଳ କରିଥାନ୍ତି । ୧୯୫୯ରୁ ଏହି ପରମ୍ପରା ଚାଲୁଛି । ହାଇଦ୍ରାବାଦରେ ଚାରୀଙ୍କ ଅଭିଭାବକ ରହୁଥିଲେ । “ପିତା ଶ୍ରୀନିବାସ ଚାରୀ ମୋ ପାଇଁ ପ୍ରେରଣାର ଉତ୍ସ । ତାଙ୍କ ଯୋଗୁ ମୁଁ ମହାକାଶକୁ ଯିବା ପାଇଁ ମନୋନୀତ ହୋଇଛି” ବୋଲି ରାଜା କହିଛନ୍ତି ।

ଏହି ଅବସରରେ ଭାରତୀୟ ସ୍କୁଲରେ ପିଲାଙ୍କ ଭବିଷ୍ୟତର ପ୍ରଥମ ମୂଳଦୁଆ ପଡିଥାଏ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.