Latest Odisha News

BREAKING NEWS

ଲୌରେସ କ୍ରୀଡା ପୁରସ୍କାର: ସର୍ଟ ଲିଷ୍ଟରେ ସ୍ଥାନ ପାଇଲେ ସଚିନ

ଭୁବନେଶ୍ୱର: ୨୦୧୧ ବିଶ୍ୱକପ କ୍ରିକେଟରେ ଭାରତ ବିଜୟ ହାସଲ କରିବା ପରେ ସଚିନ ତେନ୍ଦୁଲକରଙ୍କୁ କାନ୍ଧରେ ବସାଇ ଖେଳାଳିମାନେ ମନାଉଥିବା ଉଲ୍ଲାସ ମୂହର୍ତ ଲୌରେସ କ୍ରୀଡା ପୁରସ୍କାର ଶର୍ଟ ଲିଷ୍ଟରେ ସ୍ଥାନ ପାଇଛି । ୨୦୨୦ରେ ଲୌରେସ ପୁରସ୍କାର ୨୦ ବର୍ଷ ପୂରଣ କରୁଛି ।

ସୂଚନାଯୋଗ୍ୟ, ୨୦ ବର୍ଷର ଶ୍ରେଷ୍ଠ କ୍ରୀଡା ମୂହର୍ତ ପାଇଁ ଲୌରେସ ପକ୍ଷରୁ ଏହି ପୁରସ୍କାର ଦିଆଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ଟି ଶ୍ରେଷ୍ଠ ମୂହର୍ତ ବଛାଯାଇଛି । ଏହା ପରେ ଏହାକୁ ୧୦ ଏବଂ ପରେ ଶ୍ରେଷ୍ଠ ୫ ବଛାଯିିବ । ୧୦ ଜାନୁୟାରୀରୁ ୧୬ ଫେବୃୟାରୀ ପର୍ଯ୍ୟନ୍ତ ଭୋଟିଂ କରାଯିବ । ବର୍ଲିନରେ ୧୭ ଫେବୃୟାରୀରେ ବିବେଚିତ ହୋଇଥିବା ଶ୍ରେଷ୍ଠ ମୂହର୍ତକୁ ସମ୍ମାନ ପ୍ରଦାନ କରାଯିବ ।

୨୮ ବର୍ଷ ପରେ ଭାରତ ୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ବିଶ୍ୱକପ ବିଜୟୀ ହୋଇଥିଲା । ଏହା ପୂର୍ବରୁ ୧୯୮୩ରେ ଭାରତ ବିଶ୍ୱ ଚାମ୍ପିୟନ ହୋଇଥିଲା । ସଚିନଙ୍କ ଏହା ଶେଷ ବିଶ୍ୱକପ ହୋଇଥିବାରୁ ଭାରତ ବିଜୟ ହାସଲ କରିବା ପରେ ଖେଳାଳିମାନେ ତାଙ୍କୁ କାନ୍ଧରେ ବସାଇ ପଡିଆରେ ବୁଲାଇଥିଲେ । ଏହି ବିଜୟ ଉଲ୍ଲାସ ସାରା ବିଶ୍ୱରେ ଆଦୃତ ହୋଇଥିଲା ।

Leave A Reply

Your email address will not be published.