Latest Odisha News

BREAKING NEWS

ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ମେଘାଙ୍କୁ ମିଳିଲା ସମ୍ମାନଜନକ ପୁଲିଜର ପୁରସ୍କାର

ନୂଆଦିଲ୍ଲୀ: ସାମ୍ବାଦିକତା କ୍ଷେତ୍ରରେ ବିଶ୍ୱର ସମ୍ମାନଜନକ ପୁରସ୍କାର ହାତେଇଛନ୍ତି ଭାରତୀୟ ବଂଶୋଦ୍ଭବ ମେଘା ରାଜଗୋପାଲନ । ବ୍ରିଟେନରେ ରହୁଥିବା ମେଘା ଚୀନରେ କିପରି ଉଇଗର ମୁସଲମାନ ଏବଂ ଅନ୍ୟ ସଂଖ୍ୟଲଘୁ ଗୋଷ୍ଠୀଙ୍କୁ ଯନ୍ତ୍ରଣା ଦିଆଯିବ ସହ ମୁହଁ ବନ୍ଦ ରଖାଯାଉଛି ସେ ନେଇ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଯାହା କି ସାରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା । ମେଘା ବଜଫିଡ ନ୍ୟୁଜରେ କାମ କରୁଥିବା ବେଳେ ଏହି ରିପୋର୍ଟ ପ୍ରକାଶ କରିଥିଲେ ।

ମେଘାଙ୍କ ଜିନଜିଆଙ୍ଗ ସିରିଜ ଇଂଟରନ୍ୟାଶନାଲ ରିପୋର୍ଟିଂ କ୍ୟାଟାଗୋରୀରେ ପୁରସ୍କାର ହାସଲ କରିଥିଲା । ମେଘାଙ୍କ ରିପୋର୍ଟ ପ୍ରକାଶ ପରେ ଚୀନ ପକ୍ଷରୁ ତାଙ୍କୁ ଧମକ ଦିଆ ଯାଇଥିଲା । ତାଙ୍କ ଭିଜା ରଦ୍ଦ କରି ଦେଶରୁ ତଡି ଦିଆଯାଇଥିଲା । ତାଙ୍କ ବ୍ୟତୀତ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ନୀଲ ବେଦୀ ଏବଂ କ୍ୟାଥେଲିନ ମ୍ୟାକଗ୍ରୋରୀ ମଧ୍ୟ ସମ୍ମାନିତ ହୋଇଛନ୍ତି ।

Leave A Reply

Your email address will not be published.