Latest Odisha News

BREAKING NEWS

ଅଶୋଭନୀୟ ବ୍ୟବହାର ପାଇଁ ଦଣ୍ଡିତ ହେଲେ ବ୍ୟାଡ ବୟ ଶାକିବ

ଢ଼ାକା: ପଡିଆରେ ଅଶୋଭନୀୟ ବ୍ୟବହାର ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ବ୍ୟାଡ ବୟ ଶାକିବ ଉଲ ହାସନଙ୍କୁ ଦଣ୍ଡିତ କରିଛି । ରିପୋର୍ଟ ମୁତାବକ ଢ଼ାକା ପ୍ରିମିୟର ଲିଗର ଆଗାମୀ ୪ଟି ମ୍ୟାଚରୁ ତାଙ୍କୁ ବାସନ୍ଦ କରାଯାଇଛି । ମହମ୍ମଡାନ ସ୍ପୋର୍ଟିଂ କ୍ଲବର ଅଧିନାୟକ ଶାକବି ପ୍ରତିଦ୍ୱନ୍ଦ୍ୱୀ ଟିମ୍ ଆବ୍ରାହାନୀ ଲିମିଟେଡ ବିପକ୍ଷରେ ଅମ୍ପାୟରଙ୍କ ନିଷ୍ପତିକୁ ବିରୋଧ କରି ରାଗି ଯାଇଥିଲେ ।

ଅମ୍ପାୟରଙ୍କୁ ଖରାପ ବ୍ୟବହାର ଦେଖାଇବା ସହ ଷ୍ଟମ୍ପକୁ ଗୋଇଠା ମାରିଥିଲେ । ପରେ ଅନ୍ୟ ଏକ ଘଟଣାରେ ସେ ପୁନର୍ବାର ଦୌଡି ଆସି ଉଇକେଟ ଉପାଡି ଫିଙ୍ଗି ଦେଇଥିଲେ । ଏହି ଭିଡିଓ ସୋସିଆଲ ସାଇଟରେ ଭାଇରାଲ ହୋଇଥିଲା । ବିଭିନ୍ନ ମହଲରୁ ନିନ୍ଦା ଶୁଣିବା ପରେ ସେ ଫେସବୁକରେ କ୍ଷମା ପ୍ରାର୍ଥନା କରିଥିଲେ । ୨୦୧୭ ଏବଂ ୨୦୧୯ରେ ମଧ୍ୟ ସେ ଦଣ୍ଡିତ ହୋଇଥିଲେ ।

Leave A Reply

Your email address will not be published.