Latest Odisha News

BREAKING NEWS

ଅନୁଗୁଳ : ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ସଶସ୍ତ୍ର ଡ଼କାୟତି, ୫ଲକ୍ଷ ଟଙ୍କା, ସୁନାଅଳଙ୍କାର ଲୁଟ୍

ଅନୁଗୁଳ : ଅନୁଗୁଳ ସହରର ହରି ମହୁରୀ ଛକ ଉପରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଦିନ ଦ୍ୱିପ୍ରହରରେ ସଶସ୍ତ୍ର ଡ଼କାୟତି ହୋଇଛି । ସଶସ୍ତ୍ର ଡ଼କାୟତମାନେ ବନ୍ଧୁକମୁନରେ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଭୟ ଦେଖାଇ ଲୁଟି ନେଇଛନ୍ତି ନଗଦ ୫ଲକ୍ଷ ଟଙ୍କା ଓ ମୁଲ୍ୟବାନ ସ୍ୱର୍ଣ୍ଣାଳଙ୍କାର ।

ମିଳିଥିବା ସୂତ୍ରରୁ ପ୍ରକାଶ, ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ୬ ଜଣ ଡ଼କାୟତ ଦିନ ୧୦ଟା ସମୟରେ ବ୍ୟାଙ୍କ ଖୋଲିବା ପରେ ପଶିଥିଲେ । ବ୍ୟାଙ୍କକୁ ଭିତରପଟୁ ବନ୍ଦ କରିଦେଇ ଭିତରେ ଥିବା ସମସ୍ତ ଗ୍ରାହକ ଓ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଭୟଭିତ କରାଇ ଡ଼କାୟତି କରିଥିଲେ ।

ଡ଼କାୟତମାନେ ବ୍ୟାଙ୍କ ଛାଡ଼ିବା ପୂର୍ବରୁ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଓ ତା’ର ହାର୍ଡ଼ ଡ଼ିସ୍କକୁ ଭାଙ୍ଗି ଦେଇଥିଲେ ।

Leave A Reply

Your email address will not be published.