ନୂଆଦିଲ୍ଲୀ: କରୋନା ଭୂତାଣୁ ମୁକାବିଲା ପାଇଁ ଭାରତୀୟ ରେଲୱେ ଆଗକୁ ଆସିଛି । ଟ୍ରେନ୍ ବଗି ଭିତରେ ତିଆରି ହୋଇଛି ଆଇସୋଲେସନ ୱାର୍ଡ । ସାରା ଦେଶରେ ଏବେ ଲକ୍ ଡାଉନ୍ ଚାଲିଥିବା ବେଳେ ଟ୍ରେନ୍ ବଗିକୁ ସରକାର ଆଇସୋଲେସନ୍ ୱାର୍ଡରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଟ୍ରେନ୍କୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଛି ।
ଦକ୍ଷିଣ ରେଲୱେର ଜଗଧାରୀ ୱାର୍କସପ୍ରେ ଥିବା ପ୍ରାୟ ୨୮ଟି ବଗିକୁ ଆଇସୋଲେସନ ୱାର୍ଡରେ ପରିଣତ କରାଯାଇଥିବା ସୂଚନା ମିଳିଛି । ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ସେହି ଅଞ୍ଚଳରେ ଟ୍ରେନ ଗୁଡ଼ିକୁ ସ୍ଥାନାନ୍ତର କରାଯାଇ ଲୋକଙ୍କୁ ସୁବିଧା ପ୍ରଦାନ କରାଯିବ । ଏନେଇ ନିଜେ ରେଳମନ୍ତ୍ରୀ ପିୟୁଷ ଗୋୟଲ ସୂଚନା ଦେଇଛନ୍ତି ।
ଯଦି ଆବଶ୍ୟକ ପଡେ ତେବେ ଏଭଳି ପାଖାପାଖି ୩ ଲକ୍ଷ ଆସୋଲେସନ୍ ୱାର୍ଡ ତିଆରି କରାଯାଇ ପାରିବ । ପ୍ରଥମ ପର୍ଯ୍ୟାୟରେ ନନ୍ ଏସି କୋଚ୍ଗୁଡିକୁ ଆଇସୋଲେସନ ୱାର୍ଡରେ ପରିବର୍ତ୍ତନ କରାଯାଇଛି ।
BREAKING NEWS
- ମୋଦୀ ୟୁଏଇର ରାଷ୍ଟ୍ରପତିଙ୍କ ସହ ହେଲେ କଥା; କ୍ଷେପଣାସ୍ତ୍ର ଆକ୍ରମଣ ଉପରେ ଚିନ୍ତା ପ୍ରକାଶ
- Ayatollah Alireza Arafi: ଇରାନରେ ଖାମେନିଙ୍କ ସ୍ଥାନ ନେଉଥିବା ଅରାଫି କିଏ ?
- ‘Naxal-Free’ Districts: ଏବେ ବଲାଙ୍ଗୀର ଓ ବରଗଡ଼ ‘ନକ୍ସଲ ମୁକ୍ତ’
- ବିଜୟୀ ସ୍କ୍ରିପ୍ଟ ଲେଖିଲେ ସଞ୍ଜୁ ସାମସନ: ଭାରତ-ଇଂଲଣ୍ଡ ସେମିଫାଇନାଲ
- Protests over Khamenei’s killing: ଖାମେନିଙ୍କ ମୃତ୍ୟୁକୁ ନେଇ ତୀବ୍ର ପ୍ରତିବାଦ; ସ୍କୁଲ -କଲେଜ ୨ଦିନ ପାଇଁ ବନ୍ଦ
- Nagpur factory blast: ବିସ୍ଫୋରକ ପ୍ରସ୍ତୁତ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୭ ମୃତ; ଅନେକ ଆହତ
- ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି: ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କଲା ସିବିଏସଇ
- Indian Flights Cancelled: ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ୩୫୦ଟି ଭାରତୀୟ ବିମାନ ବାତିଲ
- ୱେଷ୍ଟଇଣ୍ଡିଜର ଆକର୍ଷଣୀୟ ବ୍ୟାଟିଂ
- ଆବୁଧାବୀରେ ଫସି ଯାଇଛନ୍ତି ଇଂଲଣ୍ଡ କ୍ରିକେଟର ଜନୀ ବେୟାରଷ୍ଟୋ
Comments are closed.