Latest Odisha News

ପାକିସ୍ତାନ ସହ ଖେଳିବାକୁ ଭାରତୀୟ ଟିମ ପ୍ରସ୍ତୁତ: ରାହୁଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାତି ପାହିଲେ ଆରମ୍ଭ ହେଉଛି ଏସିଆ କପ୍ । ଦୁବାଇରେ ଖେଳାଯାଉଥିବା  ଉଦଘାଟନୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଶ୍ରୀଲଙ୍କା । ତେବେ ରବିବାର ଅର୍ଥାତ ପରଦିନ ଅଗଷ୍ଟ ୨୮ରେ  ହାଇପ୍ରୋଫାଇଲ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହାକୁ ନେଇ କ୍ରିକେଟ ପ୍ରଶଂସକମାନେ ଯେପରି ଉତ୍କଣ୍ଠାରେ ଅଛନ୍ତି ଭାରତୀୟ ଖେଳାଳିମାନେ ମଧ୍ୟ ଉତ୍କଣ୍ଠାରେ ଥିବା କହିଛନ୍ତି ଉପ-ଅଧିନାୟକ କେ ଏଲ ରାହୁଲ ।

 ଭାରତୀୟ ଦଳର ଉପ-ଅଧିନାୟକ କେ.ଏଲ.ରାହୁଲ କହିଛନ୍ତି ଯେ ପାକିସ୍ତାନ ଏକ ଭଲ ଟିମ  । ପାକିସ୍ତାନ ସହ  ଖେଳିବା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ । ଆମେ ଭଲ ଖେଳି ଜିତିବା ପାଇଁ ଚେଷ୍ଟା କରିବୁ । ଆମର ସବୁ ଖେଳାଳି ଭଲ ଖେଳିବା ପାଇଁ ଅପେକ୍ଷାରେ ରହିଛନ୍ତି । ଏସିଆ କପ ଜିତିବା ପାଇଁ ଆମେ ଚେଷ୍ଟା କରିବୁ । କାରଣ ଏହି ମ୍ୟାଚ ସଦାବେଳେ ଉତ୍କଣ୍ଠା ହୋଇଥାଏ । ଦୁଇ ଦେଶର ଖେଳାଳି ଏହି ମ୍ୟାଚକୁ ଜିତିବା ପାଇଁ ଚାହିଁଥାନ୍ତି ।

ସେ ଆହୁରି କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ ତୀବ୍ର ମୁକାବିଲା ହୋଇଥାଏ ।  କ୍ରିକେଟ ଖେଳାଳିଭାବେ ଆମେ ଭାରତ-ପାକିସ୍ତାନ ମ୍ୟାଚ ଖେଳିବାକୁ ଚାହିଁ ବସିଥାଉ । ତେଣୁ ଏହି ମ୍ୟାଚ ପାଇଁ ଆମେ ଭଲଭାବେ  ପ୍ରସ୍ତୁତ ହୋଇଛୁ ।

Comments are closed.