Latest Odisha News

ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଧନ ବଢ଼ିଛି: ୨୦୨୦ରେ ୨୦,୭୦୦ କୋଟି ଛୁଇଁଲା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବି ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଧନ ବଢ଼ିବାରେ ଲାଗିଛି । ୨୦୨୦ରେ ଏହା ୨୦,୭୦୦ କୋଟି ଟଙ୍କାକୁ ଛୁଇଁଛି । ଗତ ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ । ୨୦୧୯ ତୁଳନାରେ ଏହା ୨୧୨ ପ୍ରତିଶତ(୩.୧୨ ଗୁଣ) ବଢ଼ିଛି । ତେବେ କଷ୍ଟମର ଡିପୋଜିଟି ହ୍ରାସ ପାଇଛି । ସୁଇଜରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ(ଏସଏନବି) ଦ୍ୱାରା ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ୨୦୨୦ ପୂର୍ବରୁ ୨ ବର୍ଷ ଧରି ଜମା ରାଶିରେ ହ୍ରାସ ପାଇଥିଲା ।

ଏସଏନବି ଦ୍ୱାରା ଜାରୀ ଡାଟା ମୁତାବକ ଭାରତୀୟଙ୍କ ପକ୍ଷରୁ ୨୦୦୬ରେ ୫୨, ୫୭୫ କୋଟି ଜମା କରାଯାଇଥିଲା । ୨୦୨୦ରେ କଷ୍ଟମର ଡିପୋଜିଟ ୪୦୦୦ କୋଟି, ଅନ୍ୟ ବ୍ୟାଙ୍କ ଦ୍ୱାରା ୩୧୦୦ କୋଟି, ବିଭିନ୍ନ ଟ୍ରଷ୍ଟ ପକ୍ଷରୁ ୧୬.୫କୋଟି ଏବଂ ବଣ୍ଡ, ସିକ୍ୟୁରିଟିଜ ଏବଂ ଅନ୍ୟ ବିକଳ୍ପ ଦ୍ୱାରା ୧୩,୫୦୦ କୋଟି ଜମା କରାଯାଇଛି ।

Leave A Reply

Your email address will not be published.