Latest Odisha News

ଟାଟା ପଞ୍ଚ କାରରେ ୨୫ହଜାର ଟଙ୍କାର ରିହାତି; ସେଫ୍ଟି ରେଟିଂ ସହିତ ରହିଛି ଏହି ଫିଚର୍ସ..

ନୂଆଦିଲ୍ଲୀ: ଭାରତର ସବୁଠାରୁ ଅଧିକ ବିକ୍ରି ହେଉଥିବା ଏସୟୁଭି ଟାଟା ପଞ୍ଚ ଉପରେ ଟାଟା ମୋଟର୍ସ ବଡ଼ ରିହାତି ଘୋଷଣା କରିଛି। ଟାଟା ମୋଟର୍ସ ଏହାର ସର୍ବୋତ୍ତମ ବିକ୍ରି ହେଉଥିବା କମ୍ପାକ୍ଟ ଏସୟୁଭି ପଞ୍ଚର ପେଟ୍ରୋଲ ଏବଂ ସିଏନଜି ଭେରିଆଣ୍ଟ ଉପରେ ୨୫,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି। ଚଳିତ ବର୍ଷ ପଞ୍ଚର ଅଧିକ ବିକ୍ରିକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ପଦକ୍ଷେପ ନେଇଛି।

ଗତ ୪୦ ବର୍ଷ ମଧ୍ୟରେ ପ୍ରଥମ ଥର କୌଣସି ନନ୍ ମାରୁତି କାରର ବେଷ୍ଟ ସେଲ୍ ହୋଇଛି । ଟାଟା ପଞ୍ଚ( Tata Punch) ୨୦୨୪ ମସିହାରେ ୨ ଲକ୍ଷ ୨୦ ହଜାରରୁ ଅଧିକ ୟୁନିଟ୍ ଏସୟୁଭି ସେଲ୍ କରିଥିଲା ଏବଂ ଦେଶର ବେଷ୍ଟ ସେଲ୍ ହେଉଥିବା କାର୍ ମଧ୍ୟ ହୋଇଥିଲା ।

ପଞ୍ଚକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଟାଟା ମୋଟର୍ସ ପେଟ୍ରୋଲ ମଡେଲ ଉପରେ ୭,୦୦୦ ଟଙ୍କା ଏବଂ ସିଏନଜି ମଡେଲରେ ୨ ,000 ଟଙ୍କା ରିହାତି ପ୍ରଦାନ କରିଛି। ଏହି ଅଫରଗୁଡିକ କେବଳ ୨୦୨୪ ମଡେଲରେ ପ୍ରଯୁଜ୍ୟ ହେବ ପୁରୁଣା ମଡେଲଗୁଡିକରେ ନୁହେଁ । କିନ୍ତୁ ବେସ୍ ମଡେଲ ଉପରେ କୌଣସି ରିହାତି ନାହିଁ, କିନ୍ତୁ ଟପ୍ ମଡେଲର ପେଟ୍ରୋଲ ମଡେଲରେ କୋଡିଏ ହଜାର ଟଙ୍କା ଏବଂ କର୍ପୋରେଟ୍ ବେନିଫିଟ ପାଞ୍ଚ ହଜାର ଟଙ୍କା ପାଇପାରିବେ। ଅନ୍ୟପକ୍ଷରେ, ସିଏନଜି ଭେରିଆଣ୍ଟରେ ପନ୍ଦର ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଏବଂ ପାଞ୍ଚ ହଜାର ଟଙ୍କା କର୍ପୋରେଟ୍ ରିହାତି ଉପଲବ୍ଧ ହେବ ।

ଯଦି ଆପଣ ମଧ୍ୟ ଏହି କାର କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଆପଣ ଆପଣଙ୍କର ନିକଟସ୍ଥ ଡିଲରସିପ୍ ସହିତ ସମ୍ପର୍କ କରିପାରିବେ ଏବଂ କାର୍ ଉପରେ ଡିସକାଉଣ୍ଟ ବିଷୟରେ ମଧ୍ୟ ଜାଣିପାରିବେ ।

ଟାଟା ପଞ୍ଚ( Tata Punch) ଭାରତୀୟ ବଜାରରେ ଏକ୍ସ-ସୋରୁମ୍ ପ୍ରାଇସ୍ ୬.୧୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । NCAP ରୁ Tata Punchକୁ ୫-ଷ୍ଟାର୍ ସେଫ୍ଟି ରେଟିଂ ମିଳିଛି ।

ଏଥିରେ ୧.୨ ଲିଟର ରେଭୋଟ୍ରନ୍ ଇଞ୍ଜିନ୍ ଲାଗିଛି । ଏହି ଇଞ୍ଜିନ୍ ୬,୭୦୦rpm ରେ ୮୭.୮ PS ର ପାୱାର ମିଳିଥାଏ । ଏଥି ସହ ୩,୧୫୦ରୁ ୩,୩୫୦rpm ପର୍ଯ୍ୟନ୍ତ ୧୧୫Nm ର ଟର୍କ ମିଳିଥାଏ । ଏହି ଗାଡ଼ିର ଇଞ୍ଜିନ୍ ୫-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଲାଗିଛି । ସେହିଭଳି ଟପ୍ ଭ୍ୟାରିଆଣ୍ଟରେ ଅଟୋମେଟିକ୍ ଟ୍ରାନ୍ସମିସନର ଅପ୍ସନ ମଧ୍ୟ ମିଳିଥାଏ ।

ଟାଟାର ଏହି କାର୍ ପେଟ୍ରୋଲ୍ ଭ୍ୟାରିଆଣ୍ଟରେ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ARAI ମାଇଲେଜ୍ ୨୦.୦୯ kmpl ରହିଛି । ଏହା ର CNG ଗାଡିର ARAI ମାଇଲେଜ୍ ୨୬.୯୯ km/kg ରହିଛି ।

ଟାଟାର ଏହି କାରରେ ଇଲେକ୍ଟ୍ରିକ୍ ସନରୁଫ୍ ଲାଗିଛି । ଗାଡିରେ ୨୬.୦୩ ସେଣ୍ଟିମିଟରର ଟଚସ୍କ୍ରିନ୍ ଇନଫୋଣ୍ଟେନ୍ମେଣ୍ଟ ସିଷ୍ଟମ ଦିଆଯାଇଛି । ଏହି କାରରେ ମୋବାଇଲ ଫୋନକୁ ଚାର୍ଜ କରିବା ପାଇଁ ୱାୟାରଲେସ୍ ଚାର୍ଜିଂର ଫିଚର ମଧ୍ୟ ସାମିଲ ଅଛି ।

Comments are closed.