ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଦେଶରେ କମିଛି ସଂକ୍ରମଣ । ସୁସ୍ଥ ହୋଇଛନ୍ତି ଅଧିକ । ପୁଣି ୫୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୬୭୪ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ୭ ହଜାର ୭୫୪କୁ ବୃଦ୍ଧି ପାଇଛି ।
କରୋନାରେ ଲକ୍ଷେ ୨୬ ହଜାର ମୃତ
ଗତ ୨୪ ଘଣ୍ଟାରେ ସାରା ଦେଶରୁ କରୋନା ନେଇଛି ଆଉ ୫୫୯ ଜୀବନ । କିଛି ଦିନ କମିବା ପରେ ଏବେ ଦୈନିକ ମୃତ୍ୟୁସଂଖ୍ୟାରେ ସାମାନ୍ୟ ବୃଦ୍ଧି ପାଇଛି । ପାଞ୍ଚ ଶହରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ମହାମାରୀରେ ମଲେଣି ମୋଟ୍ ୧ ଲକ୍ଷ ୨୬ ହଜାର ୧୨୧ ଆକ୍ରାନ୍ତ । ମୃତ୍ୟୁହାର ରହିଛି ୧.୪୮% ।

୯୨.୪୯% ଆକ୍ରାନ୍ତ ସୁସ୍ଥ
ଦେଶରେ ବଢୁଛି ସୁସ୍ଥ ହାର । ଏଣିକି ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଆରୋଗ୍ୟ ଲାଭ କରୁଛନ୍ତି । ଗତ ୨୪ ଘଣ୍ଟାରେ ହସ୍ପିଟାଲରୁ ଡାସଚାର୍ଜ ହୋଇଛନ୍ତି ୪୯ ହଜାର ୮୨ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ଆରୋଗ୍ୟ ଲାଭ କଲେଣି ୭୮ ଲକ୍ଷ ୬୮ ହଜାର ୯୬୮ ଜଣ । ସୁସ୍ଥ ହାର ରହିଛି ୯୨.୪୯% । ଦେଶରେ ୫ ଲକ୍ଷ ୧୨ ହଜାର ୬୬୫ଟି ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
Comments are closed.