ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଭଲ ଖବର ସାମନାକୁ ଆସୁଛି । ଦେଶରେ କମିବାରେ ଲାଗିଛି ଆକ୍ଟିଭ୍ କେସ୍ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୦ ହଜାରରୁ କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୪୪ ହଜାର ୬୮୪ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।
ଲକ୍ଷେ ୨୯ ହଜାର ମୃତ
ବଢୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ମହାମାରୀ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୨୦ ଆକ୍ରାନ୍ତଙ୍କ ଜୀବନ ନେଇଛି । କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୯ ହଜାର ୧୮୮ ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୪୭% ।

୯୩% ଆକ୍ରାନ୍ତ ସୁସ୍ଥ
କମୁଛି ଆକ୍ଟିଭ୍ କେସ୍ । ୫ ଲକ୍ଷ ତଳକୁ ଖସିଛି । ସୁସ୍ଥ ହେଉଛନ୍ତି ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଆରୋଗ୍ୟ ଲାଭ କରିଛନ୍ତି ୪୭ ହଜାର ୯୯୨ ଜଣ । ଦେଶରେ କରୋନାରୁ ୮୧ ଲକ୍ଷ ୬୩ ହଜାର ୫୭୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ରହିଛି ୯୩ ପ୍ରତିଶତ । ବର୍ତ୍ତମାନ ୪ ଲକ୍ଷ ୮୦ ହଜାର ୭୧୯ଟି ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- Leh Air Force Station: ଲେହ ଏୟାରଫୋର୍ସ ଷ୍ଟେସନକୁ ମିଳିଲା ନୂଆ ରନୱେ, ୨୧ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେଲା…
- Delivery Boy: ବିଲ ଭିତରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର;ହତ୍ୟା ଅଭିଯୋଗ ଆଣିଲେ ବାପା
- World Bank President:ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ; ନିଯୁକ୍ତି ସୁଯୋଗ ସୃଷ୍ଟିକୁ କଲେ ପ୍ରଶଂସା
- ଗୋପାଳପୁର ବେଳାଭୂମି ମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଉ: ସିଦ୍ଧାନ୍ତ ମହାପାତ୍ର
- Kotia: କୋଟିଆରେ ଆନ୍ଧ୍ରର ସର୍ଭେ ଟିମ୍; ଆକଟ କରିବାରୁ ପୋଲିସ ସହ ବଚସା
- ଦିନିକିଆ କ୍ରିକେଟରେ ଏହି ବ୍ୟାଟ୍ସମ୍ୟାନ ମାରି ପାରି ନାହାନ୍ତି ଛକା
- Agriculture Minister Review: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ସମୀକ୍ଷା; ଓଡ଼ିଶାର ପ୍ରଦର୍ଶନକୁ ନେଇ ସନ୍ତୋଷ…
- ସଫଳତା ଖୁସିର ଗ୍ୟାରେଣ୍ଟି ଦିଏ ନାହିଁ; କାହିଁକି ଏଭଳି କହିଲେ ସଂଗୀତଜ୍ଞ ବିଶାଲ
- ରଣଜୀ ଟ୍ରଫି: ସ୍ୱସ୍ତିକ, ଗୋବିନ୍ଦଙ୍କ ଅର୍ଦ୍ଧଶତକ
- Witchcraft Suspicion: ଡାହାଣୀ ସନ୍ଦେହରେ ନିଜ ମାଆକୁ ହାଣି ଦେଲା ପୁଅ
Comments are closed.