Latest Odisha News

BREAKING NEWS

ଦିନକରେ ଦେଶରୁ ୭୫, ୮୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୯୪୦ ମୃତ

ନୂଆଦିଲ୍ଲୀ: ଦେଶରେ ୬୫ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୫ ହଜାର ୮୨୯ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୫ ଲକ୍ଷ ୪୯ ହଜାର ୩୭୪କୁ ବୃଦ୍ଧି ପାଇଛି । ଗତ ଦୁଇ ଦିନ ହେବ ଦେଶରେ ଦୈନିକ କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ସାରା ଦେଶରେ କରୋନା ଲକ୍ଷେରୁ ଅଧିକ ଜୀବନ ନେଲାଣି । ଗତ ୨୪ ଘଣ୍ଟାରେ ଆଉ ୯୪୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଦେଶରେ ଏହାରି ଭିତରେ କରୋନାରେ ପ୍ରାଣ ହରାଇଲେଣି ୧ ଲକ୍ଷ ୧ ହଜାର ୭୮୨ ଆକ୍ରାନ୍ତ । ମୃତ୍ୟୁହାର ରହିଛି ୧.୫୫% ।

ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଦେଶରେ ଆରୋଗ୍ୟ ହାର ବଢ଼ି ବଢ଼ି ଚାଲିଛି । ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହୋଇଛନ୍ତି ୫୫ ଲକ୍ଷ ୯ ହଜାର ୯୬୭ ଆକ୍ରାନ୍ତ । ସାରା ଦେଶରେ ସୁସ୍ଥ ହାର ରହିଛି ୮୪% । ଆକ୍ଟିଭ୍ କେସ୍ ରହିଛି ୯ ଲକ୍ଷ ୩୭ ହଜାର ୬୨୫ ।

Leave A Reply

Your email address will not be published.