ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା କେସ୍ । ୨୪ ଘଣ୍ଟାରେ ଉଭୟ ସଂକ୍ରମିତ ଓ ମୃତ୍ୟୁସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୭୦ ହଜାର ୫୮୯ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୮୨ ହଜାର ୧୭୦ । ଅର୍ଥାତ୍ ଗତକାଲି ଅପେକ୍ଷା ଆଜି ପାଖାପାଖି ୧୨ ହଜାର କମ୍ ସଂକ୍ରମିତ ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ଲକ୍ଷ ୪୫ ହଜାର ୨୯୨କୁ ବୃଦ୍ଧି ପାଇଛି ।

ସେହିପରି ଗତକାଲି ଅପେକ୍ଷା କମିଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୭୭୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତକାଲି କରୋନାରେ ମୃତ୍ୟୁବରଣ କରିଥିଲେ ୧ ହଜାର ୩୯ ଜଣ । ଆଜି ୨୬୦ କମ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୯୬ ହଜାର ୩୧୮ ।
ମାସେ ଭିତରେ ସୁସ୍ଥ ହାର ୧୦୦% ବୃଦ୍ଧି

ଦେଶରେ ସୁସ୍ଥ ସଂଖ୍ୟା ବଢ଼ି ଚାଲିଛି । କରୋନାରୁ ସୁସ୍ଥ ହେଲେଣି ୫୧ ଲକ୍ଷ ୧ହଜାର ୩୯୮ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୯ ଲକ୍ଷ ୪୭ ହଜାର ୫୭୬ । ଗତ ମାସେ ଭିତରେ ଦଶେର ସୁସ୍ଥ ହାର ଶତ ପ୍ରତିଶତ ବୃଦ୍ଧି ପାଇଛି । ମୋଟ୍ ଆକ୍ରାନ୍ତଙ୍କ ୮୨ ପ୍ରତିଶତରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଏଭଳି ଆଶ୍ୱସ୍ତିକର ସୂଚନା ଦେଇଛି ।
BREAKING NEWS
- ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ…
- Khandagiri Jatra:ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ ନିୟମ ଜାରି କଲା ଖଣ୍ଡଗିରି ପୋଲିସ
- Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…
- କିଟ୍ ଓ କିସର ମିନି ମାରାଥନ; ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା
- ‘ଫିଙ୍ଗର ଅନ୍ ଦି ଟ୍ରିଗର’; ଯୁଦ୍ଧ ମୁହାଁ ଆମେରିକା-ଇରାନ
- ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ଦେହାନ୍ତ; ଭାରତରେ ବିତାଇଥିଲେ…
- ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପିଲାଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
- ଆଇସିସିର ନିଷ୍ପତି ମାନିନେଲା ବିସିବି, ଆଉ କରିବନି ଆବେଦନ
- କଟକ ଖାନନଗରରେ ‘ଆମ ବସ୍’ ଭଙ୍ଗାରୁଜା ଘଟଣା; ଆଇନ୍ ହାତକୁ ନନେବାକୁ କ୍ରୁଟର ଅପିଲ…
- ଜାପାନରେ ଆଉ ଦେଖିବାକୁ ନ ମିଳିପାରେ ପାଣ୍ଡା
Comments are closed.