Latest Odisha News

BREAKING NEWS

ସୁଶାନ୍ତ ସିଂ ମୃତ୍ୟୁ ମାମଲା ଉପରୁ ହଟିବ ପରଦା: ସିବିଆଇ ହାତରେ ଏମ୍ସ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରୁ ହଟିବ ପରଦା । ସାମ୍ନାକୁ ଆସିବ ସତ । ଜଣାପଡିବ ହତ୍ୟା ନା ଆତ୍ମହତ୍ୟା । ଏବେ ସିବିଆଇ ହାତରେ ଲାଗିଛି ସୁଶାନ୍ତ ସିଂଙ୍କ ଏମ୍ସ ରିପୋର୍ଟ । ବିଭିନ୍ନ ଦିଗକୁ ଯାଂଚ କରି ଏମ୍ସର ସ୍ୱତନ୍ତ୍ର ଟିମ୍ ସିବିଆଇକୁ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟକୁ ଆଧାର କରି ସିବିଆଇ ପୁଣି ଥରେ କଡା ତଦନ୍ତ ଆରମ୍ଭ କରିଛି ।

ଗତକାଲି ଏମ୍ସ ସିବିଆଇକୁ ରିପୋର୍ଟ ଦେଇଛି । ଏମ୍ସ ଟିମ୍ ସୁଶାନ୍ତଙ୍କ ଅଟୋପ୍ସି ରିପୋର୍ଟ, ଭିସେରା ରିପୋର୍ଟ ସମେତ ଅନ୍ୟ ମେଡିକାଲ ରିପୋର୍ଟର ମୂଲ୍ୟାଙ୍କନ କରିଛି ।  ମାମଲାର ଯାଂଚ କରୁଥିବା ଏମ୍ସ ମେଡିକାଲ ବୋର୍ଡର ମୁଖ୍ୟଙ୍କ କହିବା ଅନୁସାରେ, ଏହି ମାମଲାରେ ଏମ୍ସ ଓ ସିବିଆଇ ମିଳିମିଶି କାମ କରିଛନ୍ତି । ତେବେ ଏ ନେଇ ଅଧିକ ବିଚାରବିମର୍ଷର ଆବଶ୍ୟକତା ରହିଛି । ମାମଲାରେ ଅନେକ ତଥ୍ୟ ସିବିଆଇକୁ ଦିଆଯାଇଛି । ଆବଶ୍ୟକ ପଡିଲେ ଦୁଇଟି ଟିମ୍ ପୁଣି ଥରେ ଆଲୋଚନା କରିବେ ବୋଲି କହିଛନ୍ତି ମେଡିକାଲ ବୋର୍ଡ ମୁଖ୍ୟ ।

ବର୍ତ୍ତମାନ ରିପୋର୍ଟ ଆସିବା ପରେ ସମସ୍ତଙ୍କ ନଜର ସିବିଆଇ ଉପରେ ରହିଛି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ଥିଲା ନା ହତ୍ୟା । ସିବିଆଇ ଏବେ ସତ ଜାଣିବାକୁ ଚେଷ୍ଟା କରିବ । ସିବିଆଇ ବର୍ତମାନ ରିପୋର୍ଟ ସହ କ୍ରାଇମ ସିନ, ସାକ୍ଷ୍ୟ, ବୟାନ ଓ ଅନ୍ୟ ପରିସ୍ଥିତିକୁ ମିଳାଇବ । ଏହି ମାମଲାରେ ଏମ୍ସର ରିପୋର୍ଟ ହେଉଛି ଏକ ଅଂଶ । ତେଣୁ ମାମଲା ଆଗକୁ କିଭଳି ବଢିବ ସେ ନେଇ ସିବିଆଇ ନିଷ୍ପତ୍ତି ନେବ ।

Leave A Reply

Your email address will not be published.