Latest Odisha News

BREAKING NEWS

ଏୟାରପୋର୍ଟ ଭଳି ଭାରତର ପ୍ରଥମ ଏସି ରେଲଓ୍ବେ ଷ୍ଟେସନ

ବେଙ୍ଗାଲୁର: ଭାରତର ପ୍ରଥମ ଶୀତତାପ ନିୟନ୍ତ୍ରୀତ ରେଲଓ୍ବେ ଷ୍ଟେସନ । ଯେଉଁଠି ରହିଛି ସମସ୍ତ ହାଇଟେକ ବ୍ୟବସ୍ଥା । ଏହି ଷ୍ଟେସନରେ ଆପଣ ପହଁଚିଲେ ବିଶେଷ ଆନନ୍ଦ ଅନୁଭବ କରିବେ । ଏହି ବିଶ୍ବସ୍ତରୀୟ ରେଲଓ୍ବେ ଷ୍ଟେସନକୁ ବେଙ୍ଗାଲୁରରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।

170 ବର୍ଷର ଭାରତୀୟ ରେଲଓ୍ବେରେ ଏହି ଷ୍ଟେସନ ହିଁ ହେବାକୁ ଯାଉଛି ସବୁଠୁ ବିଳାସପୂର୍ଣ୍ଣ ରେଲଓ୍ବେ ଷ୍ଯେସନ ।  କୁହାଯାଇପାରେ ଏହି ରେଲଓ୍ବେ ଷ୍ଟେସନରେ ସମସ୍ତ ଆଧୁନିକ କୈାଶଳରେ ପରିପୂର୍ଣ୍ଣ ସୁବିଧା, ସେବା  ଆପଣ ପାଇପାରିବେ ।  କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଅଲ୍ଟ୍ରା ବିଳାସପୂର୍ଣ୍ଣ ସାର୍ ଏମ୍ ବିଶ୍ୱଭାରାୟା ରେଳ ଟର୍ମିନାଲ୍ ର ଉଦଘାଟନ ଭାରତୀୟ ରେଲଓ୍ବେ ପାଇଁ ଏକ ବିଶେଷ ଦିନ ହୋଇ ରହିବ ।

ଏଇ ଦେଖନ୍ତୁ କିପରି ଦେଖାଯାଉଛି ଶୀତତାପ ନିୟନ୍ତ୍ରୀତ ସାର୍ ଏମ୍ ବିଶ୍ୱଭାରାୟା ରେଳ ଟର୍ମିନାଲ୍ । ଆଖି ପୁରା ଝଲସି ଉଠୁଛି । ଲାଗୁଛି ସତେ ଯେପରି ଏହି ଷ୍ଟେସନ କେଉଁ ୟୁରୋପୀୟ ଦେଶର ଷ୍ଯେସନ ହୋଇଥିବ ।  ତେବେ ଏହାକୁ ନିର୍ମାଣ କରିବାକୁ କିଛି କମ ଟଙ୍କା ଖର୍ଚ ହୋଇନି । ଶୀତତାପ ନିୟନ୍ତ୍ରିତ ରେଳ ଟର୍ମିନାଲ୍ ରେ ଖର୍ଚ ହୋଇଛି 4 314 କୋଟି ଟଙ୍କା । ଏଥିରେ ସୈାର ଛାତ ପ୍ୟାନେଲ ସହ ବର୍ଷା ଜଳ ନିୟନ୍ତ୍ରୀତ ପାଇଁ ସ୍ବତନ୍ତ୍ର  ପ୍ରଣାଳୀର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଭାରତ ରତ୍ନ ସାର୍ ଏମ୍ ବିଶ୍ୱଭାରାୟାଙ୍କ ନାମରେ ନାମିତ ହୋଇଛି ଏହି ଷ୍ଟେସନ । ବାଇୟାପାନାହଲ୍ଲୀ ସ୍ଥିତ ଏହି ରେଳ ଟର୍ମିନାଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି  ।  ବିମାନ ବନ୍ଦର ଭଳି ଏହା ଦୃଶ୍ୟ ହେଉଛି । ଏହି ଟର୍ମିନାଲ୍ ବ୍ୟବହାର ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ନିଶ୍ଚୟ ଆଣିବ କ ଆନନ୍ଦଦାୟକ ମୂହୁର୍ତ୍ତ  । ବେଙ୍ଗାଲୁରୁର ଅନ୍ୟ ଦୁଇଟି ପ୍ରମୁଖ ଟର୍ମିନାଲ୍ ହେଉଛି ବେଙ୍ଗାଲୁରୁ ସିଟି ରେଳ ଷ୍ଟେସନ୍ ଏବଂ ଯଶୱନ୍ତପୁର ରେଳ ଷ୍ଟେସନ୍  । କିନ୍ତୁ ଏହି ଶୀତତାପ ନିୟନ୍ତ୍ରିତ ରେଳ ଷ୍ଟେସନ ଏବେ ସାରା ଭାରତରେ ନିଜର ଚମକ ଦେଖାଇବା ସହ ରେଳଯାତ୍ରୀଙ୍କୁ ଆକୃଷ୍ଣ କରିବ ।

4,200 ବର୍ଗ ମିଟରର ଏହି  ଷ୍ଟେସନ ବିଲଡିଂରେ ଦିନକୁ  50,000 ଯାତ୍ରୀଙ୍କ ଆଗମନ ପାଇଁ ବ୍ୟବସ୍ଥା ହୋଇଛି ।  ଦୁଇଟି ମେଟ୍ରୋ ସହିତ ଏକ ଫୁଟ ଓଭର ବ୍ରିଜ୍ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରୁଛି ।  ଟର୍ମିନାଲ୍ ରେ ଆଠଟି ଷ୍ଟାବଲିଂ ଲାଇନ୍ ଏବଂ ତିନୋଟି ପିଟ୍ ଲାଇନ୍ ବ୍ୟତୀତ ସାତୋଟି ପ୍ଲାଟଫର୍ମ ରହିଛି ।  ପ୍ରତିଦିନ ଟର୍ମିନାଲରୁ 50 ଟି ଟ୍ରେନ୍ ଚଲାଯାଇପାରିବ ।  ଯାତ୍ରୀଙ୍କ ଗତିବିଧିକୁ ସୁଗମ କରିବା ପାଇଁ ଏସ୍କାଲେଟର ଏବଂ ଲିଫ୍ଟ ସାତୋଟି ପ୍ଲାଟଫର୍ମକୁ ସଂଯୋଗ କରିବ କରୁଛି ।

ଖାଲି ସେତିକି ନୁହେଁ ବେଙ୍ଗାଲୁରୁ ବିମାନବନ୍ଦର ଭଳି  ଡିଜାଇନ୍ ହୋଇଥିବା ସାର୍ ଏମ୍ ବିଶ୍ୱଭାରାୟା ଟର୍ମିନାଲରେ ଏକ ଉଚ୍ଚ ଶ୍ରେଣୀର ଓ୍ବେଟିଂ ହଲ୍ ରହିଛି । ଡିଜିଟାଲ୍ ରିଅଲ୍ ଟାଇମ୍ ଯାତ୍ରୀ ସୂଚନା ପ୍ରଣାଳୀ ମଧ୍ୟ ଯାତ୍ରୀଙ୍କ ପାଇଁ କରାଯାଇଛି । ଏହା ସହିତ ଏକ ଭିଆଇପି ଲାଉନ୍ ଏବଂ ଆପଣଙ୍କ ପାଟି ସୁଆଦ ପାଇଁ ଏକ ଫୁଡ୍ ମାର୍କେଟ ମଧ୍ୟ ରହିଛି ।  ଏହି ଟରମିନାଲରେ 4 ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ନିଜସ୍ୱ ଜଳ ରିସାଇକ୍ଲିଂ ପ୍ଲାଣ୍ଟ ମଧ୍ୟ ରହିଛି ।

ଏହା ସହ ସ୍ପ୍ରେଲିଂ ପାର୍କିଂ ଅଞ୍ଚଳରେ 250 ଟି କାର, 900 ଟି ଦୁଇ ଚକିଆ ଯାନ, 50 ଟି ଅଟୋରିକ୍ସା, ପାଞ୍ଚଟି ବିଏମଟିସି ବସ୍ ଏବଂ 20 ଟି କ୍ୟାବ ରହିବା ପାଇଁ ସମସ୍ତ ସୁବିଧା କରାଯାଇଛି ।  ଏହି ପ୍ରକଳ୍ପ ଏଭଳି  ବିକଶିତ ହୋଇଛି  ଯାହାକି ଆଗାମୀ ଦିନରେ ସହରରେ ଟ୍ରାଫିକ ସମସ୍ୟା କମାଇବ ।

ତେବେ ଆଉ ଡେରି କାହିଁକି  । ଦିନେ ପ୍ଲାନ କରନ୍ତୁ ଆଉ ଭାରତର ଏହି ପ୍ରଥମ ଶୀତତାପ ନିୟନ୍ତ୍ରୀତ ରେଲଓ୍ବେ ଷ୍ଟେସନ ବୁଲି ଆସନ୍ତୁ । ଦେଖିବେ ଆମ ଦେଶର ରେଲ ଓ୍ବେ ଷ୍ଟେସନ  କିପରି ଦିନକୁ ଦିନ ବିଶ୍ବସ୍ତରୀୟ ହେବାରେ ଲାଗିଛି ।

Leave A Reply

Your email address will not be published.