Latest Odisha News

ଅନ୍ତିମ ପର୍ଯ୍ୟାୟରେ ଭାରତର ପ୍ରଥମ mRNA ଟିକା; ମୋଦୀ

ନୂଆଦିଲ୍ଲୀ: ଶନିବାର ୭୬ ତମ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ରେ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ପ୍ରଥମ mRNA ଟିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି।

ପୁଣେ ଭିତ୍ତିକ ଏମକ୍ୟୁ ଫାର୍ମାସ୍ୟୁଟିକାଲ୍ସର ଏକ ସହାୟକ କମ୍ପାନୀ ଜେନୋଭା ବାୟୋ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ ହେଉଥିବା mRNA ଟିକା ସଂକ୍ରାନ୍ତରେ ପିଏମ ମୋଦୀ  ସୂଚନା ଦେଇଥିଲେ।

“ଭାରତ ବିଶ୍ୱର ପ୍ରଥମ ଡିଏନ୍ଏ ଟିକା ବିକଶିତ କରିଛି। ଟିକା ପ୍ରସ୍ତୁତିକରଣ ଚୂଡାନ୍ତ ପର୍ଯ୍ୟାୟରେ ଅଛି। ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ପିଏମ ମୋଦୀ କହିଛନ୍ତି ଯେ କୋଭିଡ-୧୯ ବିରୋଧରେ ଭାରତୀୟ ବୈଜ୍ଞାନିକମାନେ ମଧ୍ୟ ନାଜାଲ୍‌ ଟିକା ପ୍ରସ୍ତୁତ କରୁଛନ୍ତି।

ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଅଗଷ୍ଟରେ ଭାରତର ପ୍ରଥମ ନାଜାଲ୍‌ କୋଭିଡ୍-୧୯ ଟିକା HGCO19 ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ପ୍ରୋଟୋକଲ୍ ଅନୁମୋଦନ କରିଥିଲା।

Comments are closed.