Latest Odisha News

BREAKING NEWS

୩୬୯ କୋଟି ଟଙ୍କାରେ ବିକ୍ରି ହେଲା ଟ୍ରିପ୍ଲେକ୍ସ ଆପାର୍ଟମେଂଟ

ନୂଆଦିଲ୍ଲୀ: ଦକ୍ଷିଣ ମୁମ୍ବାଇର ମାଲାବାର ହିଲରେ ଥିବା ଟ୍ରିପ୍ଲେକ୍ସ ଆପାର୍ଟମେଂଟ ଆଜି ରେକର୍ଡ ଦରରେ ବିକ୍ରି ହୋଇଛି । ଭାରତର ସବୁଠାରୁ ଦାମୀ ଆପାର୍ଟମେଂଟକୁ ଫେମି କେୟାରର ପ୍ରତିଷ୍ଠାତା ଜେିପି ଟାପାରିଆ ପରିବାର ୩୬୯ କୋଟି ଟଙ୍କାରେ ମାକ୍ରୋଟେକ ଡେଭଲପର୍ସଙ୍କଠାରୁ କ୍ରୟ କରିଛନ୍ତି । ୧.୦୮ ଏକର ଉପରେ ନିର୍ମିତ ଏହି ଆପାର୍ଟମେଂଟ ଉଭୟ ଆରବ ସାଗର ଓ ହ୍ୟାଙ୍ଗିଙ୍ଗ ଗାର୍ଡେନକୁ ସ୍ପର୍ଶ କରୁଛି । ଟାପାରିଆ ପରିବାର ବର୍ଗଫୁଟ ପ୍ରତି ୧.୩୬ ଲକ୍ଷ ଟଙ୍କାରେ ଏହାକୁ କିଣିଛନ୍ତି । ବର୍ଗଫୁଟ ହିସାବ ଦୃଷ୍ଟିକୋଣୁ ଏହା ଭାରତର ସବୁଠାରୁ ମହଙ୍ଗା ଆପାର୍ଟମେଂଟ ଡିଲ ସାବ୍ୟସ୍ତ ହୋଇଛି ।

ଷ୍ଟାମ୍ପ ଡ୍ୟୁଟି ବାବଦକୁ ସେମାନଙ୍କୁ ୧୯.୦୭ କୋଟି ଟଙ୍କା ଦେବାକୁ ପଡିଛି । ଏହା ପୂର୍ବରୁ ବଜାଜ ମାଲିକ ନୀରଜ ବଜାଜ ୨୫୨.୫ କୋଟି ଟଙ୍କାରେ ଲୋଧା ଗ୍ରୁପଠାରୁ ଲକଜ୍ୟୁରୀ ଟ୍ରିପ୍ଲେକ୍ସ ପେଂଟହାଉସ କିଣିଥିଲେ ।

Leave A Reply

Your email address will not be published.