Latest Odisha News

BREAKING NEWS

ଫେବୃଆରୀ ୮ରୁ ଆରମ୍ଭ ହେବ ଭାରତ-ଆମେରିକା ମଧ୍ୟରେ ମିଳିତ ସମରାଭ୍ୟାସ

ନୂଆଦିଳ୍ଲୀ: ଫେବୃଆରୀ ୮ ରୁ ୨୧ ମଧ୍ୟରେ ରାଜସ୍ଥାନରେ ଭାରତ-ଆମେରିକାର ମିଳିତ ସାମରିକ ଅଭ୍ୟାସର ୧୬ ତମ ସଂସ୍କରଣ ଅନୁଷ୍ଠିତ ହେବ ବୋଲି ପ୍ରତିରକ୍ଷା ମୁଖପାତ୍ର ବୁଧବାର କହିଛନ୍ତି।

ଭାରତ-ପାକିସ୍ତାନ ସୀମା ନିକଟରେ ଏହି ଅଭ୍ୟାସ ଦୁଇ ସେନାଙ୍କ ମଧ୍ୟରେ ଅନୁଷ୍ଠିତ ହେ। ଏହାଦ୍ବାରା ଦୁଇ ସେନାଙ୍କ ମଧ୍ୟରେ ସହଯୋଗ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିାଯାଇଛି ଏବଂ ମିଳିତ ଜାତିସଂଘର ଆଦେଶ ଅନୁଯାୟୀ ଆତଙ୍କବାଦ ବିରୋଧୀ କାର୍ଯ୍ୟ ଉପରେ ଧ୍ୟାନ ଦିଆଯିବ ବୋଲି ମୁଖପାତ୍ର କହିଛନ୍ତି।

ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟ କୋଲ ଅମିତାଭ ଶର୍ମା କହିଛନ୍ତି ଯେ ଆମେରିକାର ସୈନ୍ୟମାନେ ଫେବୃଆରୀ ୫ରେ ଭାରତର ସେନା ସହିତ ଯୁଦ୍ଧାଭ୍ୟାସର ୧୬ ତମ ସଂସ୍କରଣ ପାଇଁ ଭାରତରେ ପହଞ୍ଚିବେ।

ଦ୍ୱିପାକ୍ଷିକ ତାଲିମ ଅଭ୍ୟାସ ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଥିବା ବୈଦେଶିକ ତାଲିମ କେନ୍ଦ୍ରରେ କରାଯିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଦକ୍ଷିଣ ପଶ୍ଚିମ କମାଣ୍ଡର ଏକ ଅଂଶ ଜାମ୍ମୁ କାଶ୍ମୀର ରାଇଫଲ୍ସର ଏକାଦଶ ବାଟାଲିୟନ ଏହି ଅଭ୍ୟାସରେ ଭାରତୀୟ ସେନାକୁ ପ୍ରତିନିଧିତ୍ୱ କରିବ ଏବଂ ଆମେରିକାର ସେନା ପ୍ରତିନିଧୀ ଦଳ ୨ୟ ବାଟାଲିୟନ, ୨ୟ ଷ୍ଟ୍ରାଇକର ବ୍ରିଗେଡ୍ ଯୁଦ୍ଧ ଦଳର ତୃତୀୟ ପଦାତିକ ରେଜିମେଣ୍ଟ ଦ୍ୱାରା ପ୍ରତିନିଧିତ୍ୱ କରିବେ।

Comments are closed.