Latest Odisha News

BREAKING NEWS

ଇଣ୍ଡୋନେସିଆରେ ଜ୍ୱାଳାମୁଖୀ ବିସ୍ଫୋରଣ, ଦିନରେ ରାତିର ଭ୍ରମ ସୃଷ୍ଟି

ମେଡାନ: ଇଣ୍ଡୋନେସିଆର ମାଂଉଟ ସିନାବଙ୍ଗ ଜ୍ୱାଳାମୁଖୀ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁ ଏତେ ମାତ୍ରାରେ ଧୂଆଁ ନିର୍ଗତ ହୋଇଥିଲା ଯେ, ଦିନରେ ରାତିର ଭ୍ରମ ସୃଷ୍ଟି ହୋଇଛି । ଏହି ଜ୍ବାଳାମୁଖୀରୁ ବାହାରିଥିବା ପାଉଁଶ ୩୦ କିଲୋମିଟର ଦୂର ବେରାସ୍ତଗୀ ପହଁଞ୍ଚି ଯାଇଛି । ଇଣ୍ଡୋନେସିଆର ଅଧିକାରୀମାନେ ପର‌୍ୟ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଏହି ଜ୍ବାଳାମୁଖୀ ପାହଡରୁ ୩ କିଲୋମିଟର ଦୂରରେ ରହିବାକୁ କହିଛନ୍ତି । ଜ୍ବାଳାମୁଖୀରୁ ବାହାରୁଥିବା ପାଉଁଶ କାରରରୁ ଫସଲ ଖୁବ୍ କ୍ଷତି ହୋଇଛି ।

ଗାଁ ଲୋକଙ୍କ କହିବା ଅନୁସାରେ, ଜ୍ବାଳାମୁଖୀ ଫାଟିବା ବେଳେ ୫ କିଲୋମିଟର ଦୂରରେ ରହୁଥିବା ଗାଁ ଲୋକ ଏହାର ଶବ୍ଦ ଶୁଣିଛନ୍ତି । ଏହି  ବିସ୍ଫୋରଣ କାରଣରୁ ୪ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି ।  ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ମାସ୍କ ଓ ଉଦ୍ଧାର କରିବାର ଜିନିଷ ଯୋଗାଇ ଦେଇଛି । ବିସ୍ଫୋରଣକୁ ଦେଖି ତୃତୀୟ ସ୍ତରର ଆର୍ଲଟ ଜାରି କରିଦିଆଯାଇଛି ।

Leave A Reply

Your email address will not be published.