Latest Odisha News

BREAKING NEWS

ପିପିଇ କିଟ, ମାସ୍କ ବେଶରେ ଶ୍ରୀକୃଷ୍ଣ

ନୂଆଦିଲ୍ଲୀ: ଜନ୍ମାଷ୍ଟମୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ସାରା ବିଶ୍ୱକୁ ଚଳାଉଥିବା ଶ୍ରୀକୃଷ୍ଣଙ୍କୁ ବି କରୋନା ଭୟ ରହିଛି । ଏହା ଆମେ କହୁନୁ, କିନ୍ତୁ କେତେକ ସ୍ନେହୀ ଶ୍ରୀକୃଷ୍ଣ ଭକ୍ତ ତାଙ୍କ କାହ୍ନାକୁ ଯେପରି କରୋନା ହୋଇ ନ ଯିବ ସେଥିପାଇଁ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭିନ୍ନ ସ୍ଥାନରେ ବାଳଗୋପାଳଙ୍କ ପାଇଁ ପିପିଇ କିଟ୍‌, ମାସ୍କ, ସର୍ଜିକାଲ କ୍ୟାପ,ଫେସ ସିଲ୍ଡ ଓ କରୋନା କ୍ୟାପର ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

ଏହାର ଚାହିଦା ଯଥେଷ୍ଟ ରହିଛି । କେତେକ ଭକ୍ତ କହିଛନ୍ତି ଶ୍ରୀକୃଷ୍ଣଙ୍କ ମାଧ୍ୟମରେ ଆମେ ଲୋକଙ୍କ ପାଖରେ ଏହାର ଆବଶ୍ୟକତା ନେଇ ସନ୍ଦେଶ ପଂହଚାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରିଛୁ । ଜନ୍ମାଷ୍ଟମୀ ମୂର୍ତି କାରିଗରମାନେ ମାସ୍କ, ପିପିଇ କିଟ୍ ପିନ୍ଧିଥିବା ଶ୍ରୀକୃଷ୍ଣଙ୍କ ମୂର୍ତି ତିଆରି କରିଛନ୍ତି ।

Leave A Reply

Your email address will not be published.