ସିଡ୍ନି: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମରେ ଆହତ ସମସ୍ୟା ବଢିବାରେ ଲାଗିଛି । ଫାଷ୍ଟ ବୋଲର୍ ଜସପ୍ରୀତ ବୁମରା ମଧ୍ୟ ଆହତ ହେବାରୁ ଟିମ୍ର ଚିନ୍ତା ବଢି ଯାଇଛି । ତଳିପେଟର ମାଂସପେଶୀରେ ସମସ୍ୟା ହୋଇଥିବା ଜଣାପଡିଛି । ଏଥିପାଇଁ ସେ ବ୍ରିସବେନରେ ହେବାକୁ ଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳି ପାରିବେ କି ନାହିଁ ସନ୍ଦେହ ।
ସିଡନିରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ବେଳେ ସେ ଆହତ ହୋଇଥିଲେ । ସେ ଯଦି ବ୍ରିସବେନ ଟେଷ୍ଟ ନ ଖେଳନ୍ତି,ତେବେ ବୋଲିଂ ଆଟାକ ଦୁର୍ବଳ ହେବାର ଆଶଙ୍କା ଅଛି । ତେଣୁ ବୁମରା ଯଦି ୫୦ ପ୍ରତିଶତ ମଧ୍ୟ ଫିଟ୍ ଥାଆନ୍ତି, ତେବେ ସେ ମ୍ୟାଚ ଖେଳିବ ବୋଲି ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହା ଯାଇଛି । ମଝିରେ ଆଉ ୩ ଦିନ ବ୍ୟବଧାନ ଥିବାରୁ ତାଙ୍କୁ ଦରକାର ମୁତାବକ ବିଶ୍ରାମ ମିଳିବ ଏବଂ ସେ ଫିଟ୍ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି ।
ଆଗରୁ ମହମ୍ମଦ ସାମି, ଉମେଶ ଯାଦବ ଆହତ ହୋଇଥିଲେ ।
ବ୍ରିସବେନର ଗାବାରେ ସିରିଜ ନିର୍ଣ୍ଣାୟକ ୪ର୍ଥ ଟେଷ୍ଟ ଖେଳାଯିବ । ସିରିଜ ଏବେ ୧-୧ରେ ଅଛି । ଆଡିଲେଡର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ଜିତିଥିବା ବେଳେ ମେଲବର୍ଣ୍ଣରେ ହୋଇଥିବା ଦ୍ୱିତୀୟ ଟେଷ୍ଟ ଟିମ୍ ଇଣ୍ଡିଆ ଜିତିଥିଲା । ସିଡନିରେ ହୋଇଥିବା ତୃତୀୟ ଟେଷ୍ଟ ଡ୍ର ରହିଥିଲା ।
ଆସନ୍ତା ୧୫ ତାରିଖରୁ ଗାବା ଟେଷ୍ଟ ଆରମ୍ଭ ହେବ । ଆହତ କାରଣରୁ ଏହି ମ୍ୟାଚରେ ହନୁମା ବିହାରୀ ଖେଳିବେ ନାହିଁ ।
BREAKING NEWS
- ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
- Jagannath Temple: ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍ୱେଭ୍ SOP ଜାରି
- ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
- ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
Comments are closed.