Latest Odisha News

BREAKING NEWS

ଜଲପାଇଗୁଡିରୁ ଆହତ ଅବସ୍ଥାରେ ୩ କଙ୍ଗାରୁ ଜବତ

ଜଲପାଇଗୁଡି: ପଶ୍ଚିମବଙ୍ଗର ଜଲପାଇଗୁଡି ଜଙ୍ଗଲରୁ ଜବତ ହୋଇଛନ୍ତି ୩ ଆହତ କଙ୍ଗାରୁ । ଏହି କଙ୍ଗାରୁ ଏଠାକୁ କିପରି ଆସିଲେ ଓ ଆହତ ହେଲେ ତାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଫରବାରୀ-ନେପାଳୀ ଅଂଚଳରୁ ଗୋଟିଏ ଏବଂ ଗାଜୋଲଡବାରୁ ୨ଟି କଙ୍ଗାରୁଙ୍କୁ ଜଙ୍ଗଲ ବିଭାଗ ଅଧିକାରୀମାନେ ଉଦ୍ଧାର କରିଥିଲେ । କଙ୍ଗାରୁଙ୍କ ଶରୀରରେ ଗଭୀର କ୍ଷତ ରହିଛି । ସେମାନଙ୍କୁ ଏବେ ଚିକିତ୍ସା ପାଇଁ ବେଙ୍ଗଲ ସଫାରୀ ପାର୍କକୁ ଅଣାଯାଇଛି ।

ରେଂଜର ସଂଜୟ ଦତ ଏହା ଏକ ଚିନ୍ତାର ବିଷୟ ବୋଲି କହିଛନ୍ତି । କାରଣ ପୂର୍ବରୁ ଏଠାରେ କଙ୍ଗାରୁ ଥିବା କୌଣସି ପ୍ରମାଣ ମିଳି ନାହିଁ । ଜଙ୍ଗଲରେ ତାଙ୍କୁ କିଏ ଛାଡିଛି ନା ସେମାନେ ଅନ୍ୟ କେଉଁଠାରୁ ଏଠାକୁ ଆସିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.