Latest Odisha News

BREAKING NEWS

ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ କନିଷ୍ଠ କିରାଣୀ ଅଜୟ ପାଣ୍ଡେ

ଝାରସୁଗୁଡ଼ା : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ  । ଝାରସୁଗୁଡା କୃଷି ବିଭାଗର କନିଷ୍ଠ କିରାଣୀ ଅଜୟ ପାଣ୍ଡେ  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି l ସୂଚନା ଅନୁଯାୟୀ ଝାରସୁଗୁଡା କୃଷି ବିଭାଗ କାର୍ଯ୍ୟାଳୟରେ ଖରିଫ ଫସଲର ଇନ୍ସୁରାନ୍ସ କରାଇଦେବା ପାଇଁ କୂଳେମୁରାର ଚାଷୀ ପ୍ରେମାନନ୍ଦ ସାହୁଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଧରିଥିଲା  ।

ତେବେ ଲଇକେରା ରେ ପ୍ରେମାନନ୍ଦ ସାହୁଙ୍କ ଘର ହୋଇଥିବା ବେଳେ କନିଷ୍ଠ କିରାଣୀ ଅଜୟ ପାଣ୍ଡେଙ୍କ ରେଙ୍ଗାଲୀ ଥାନା ଅନ୍ତର୍ଗତ ଡଙ୍ଗୁଆପଡ଼ା ଠାରେ ବୋଲି ଜଣାପଡ଼ୁଛି  । ପୂର୍ବ କଥା ଅନୁଯାୟୀ ଖରିଫ ଫସଲର ଇନ୍ସୁରାନ୍ସ କରାଇଦେବା ପାଇଁ ପ୍ରେମାନନ୍ଦଙ୍କ ଠାରୁ ଟଙ୍କା ନେଉଥିଲେ ଅଜୟ ସେହି ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ ଏହି କନିଷ୍ଠ କିରାଣୀ ଜଣକ । ଏନେଇ ଭିଜିଲାନ୍ସ ଟଙ୍କା ଜବତ କରିବା ସହ ଅଜୟଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.