ନୂଆଦିଲ୍ଲୀ: ଦିଲ୍ଲୀର ସିଏଏ ହିଂସା ନେଲା ପୁଣ ଆଉ ଜଣେ କନେଷ୍ଟବଲଙ୍କ ଜୀବନ । ସୋମବାର ହେଡ କନେଷ୍ଟବଳ ରାମଲାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଗୁଇନ୍ଦା ବିଭାଗର ଆଉ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ଚାନ୍ଦବାଗର ଏକ ଡ୍ରେନ୍ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମୃତ ଗୁଇନ୍ଦା ବିଭାଗ କନେଷ୍ଟବଳଙ୍କ ନାଁ ଅଙ୍କିତ ଶର୍ମା ବୋଲି ଜଣାପଇଡଛି । ସେ ଦିଲ୍ଲୀର ଖଜୁରାହାରେ ରହୁଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଅଙ୍କିତ ଅଫିସ୍କୁ ଯାଇ ଆଉ ଘରକୁ ଫେରିନଥିଲେ । ତେବେ ଆଜି ତାଙ୍କ ମୃତଦେହ ଏକ ନାଳରୁ ମିଳିଛି । ତାଙ୍କ ପରିବାର ଲୋକେ ବିକ୍ଷୋଭକାରୀମାନେ ଟେକା ପଥର ମାଡ କରି ତାଙ୍କୁ ମାରି ନାଳକୁ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ୨୬ ବର୍ଷୀୟ ଅଙ୍କିତ ଶର୍ମା ୨୦୧୭ରେ ଗୁଇନ୍ଦା ବିଭାଗରେ ଯୋଗ ଦେଇଥିଲେ ।
ସିଏଏ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସା ଏବେ ଉଗ୍ର ରୂପ ନେଇଛି । ଚାନ୍ଦବାଗ ଉତ୍ତରପୂର୍ବ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ସମ୍ଭବତଃ ଏହି ହିଂସାରେ ହିଁ ଗୁଇନ୍ଦା ବିଭାଗ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିବା ଅଶଙ୍କା କରାଯାଉଛି । ହେଲେ ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରି ନାହିଁ ।
BREAKING NEWS
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
Comments are closed.