Latest Odisha News

ରିକର୍ଭ ପୁରୁଷ ଇଭେଂଟରେ ଓଡିଶାକୁ ସ୍ୱର୍ଣ୍ଣ, ବ୍ୟକ୍ତିଗତ ବିଭାଗରେ ରଞ୍ଜିତ୍‌ଙ୍କୁ ରୌପ୍ୟ

ଭୁବନେଶ୍ୱର:ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟରେ କ୍ରୀଡାରେ ଓଡିଶା ସ୍ୱର୍ଣ୍ଣ ପଦକ ସହ ଅଭିଯାନ ଆରମ୍ଭ କରିଛି । ରିକର୍ଭ ପୁରୁଷ ବିଭାଗରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡ୍ରଷ୍ଟିଆଲ ଟେକ୍ନୋଲୋଜିର ରଞ୍ଜିତ ନାୟକ, ସୂର୍ଯ୍ୟମଣି ମାଝି ଓ ଶ୍ରବଣ କୁମାର ମାନ୍ଦାଗି ପଂଜାବୀ ୟୁନିଭରସିଟିର ପୱନ, ଉତ୍କର୍ଷ ଓ ଲଲିତ ଜୈନ ଟିମକୁ ପରାସ୍ତ କରିଥିଲେ । ଓଡିଶା ଟିମ୍ ୧୬୨ ପଂଏଟ ହାସଲ କରିଥିବା ବେଳେ ପଂଜାବ ୧୫୪ ପଂଏଟ ପାଇଥିଲା ।

ସେହିପରି ଓଡିଶାର ରଞ୍ଜିତ୍ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ରିକର୍ଭ ଫାଇନାଲରେ ସେ ପଂଜାବୀ ୟୁନିଭରସିଟିର ଉତ୍କର୍ଷଙ୍କ ନିକଟରୁ ପରାଜିତ ହୋଇଥିଲେ । ଉତ୍କର୍ଷ ୧୩୬ ପଂଏଟ ପାଇଥିବା ବେଳେ ରଞ୍ଜିତ୍ ୧୩୨ ପଂଏଟ ପାଇଥିଲେ ।

Leave A Reply

Your email address will not be published.