ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନ ଶୀତର ଚାଦର ତଳେ ରହିଛି । ଅନେକ ସ୍ଥାନରେ ପାରଦ ଖସୁଥିବା ବେଳେ ସୋନପୁର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୪.୮° ସେଲସିୟସ ରେକର୍ଡ଼ କରାଯାଇଛି ।
ଏହାଛଡା ୧୦ ଡିଗ୍ରୀ ତଳେ ରାଜ୍ୟର ୧୧ ଟି ସହର ରହିଛି । ଦାରିଙ୍ଗବାଡି (୭.୨), ଟିଟିଲାଗଡ଼ (୬.୫ ), କୋରାପୁଟ (୯), ଭବାନୀପାଟଣା (୯.୩), ସୁନ୍ଦରଗଡ (୯.୫), ସମ୍ବଲପୁର (୯), କେନ୍ଦୁଝର (୮.୮), ଝାରସୁଗୁଡା ( ୮.୪), ଅନୁଗୁଳ (୬) ଓ ବାଲେଶ୍ଵରର ତାପମାତ୍ରା ୯.୮ ଡିଗ୍ରୀ ରହିଛି ।
ଭୁବନେଶ୍ୱରରେ ତାପମାତ୍ରା ୧୧.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାତି ସମୟରେ ଏହା ଆଉ ୩ ଡିଗ୍ରୀ ତଳକୁ ଖସି ଯାଉଛି ।
ଭୁବନେଶ୍ୱର ପାଣିପାଗ ବିଭାଗର ଡ୍ୟୁଟି ଅଫିସର ରମେଶଚନ୍ଦ୍ର ଗରତିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଜାନୁଆରୀ ୧୭ ଯାଏଁ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବ ।
Comments are closed.