Latest Odisha News

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ଗିରଫ ହେଲେ ୪ ନାବାଳକ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଗତ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣାରେ ପୋଲିସ ପକ୍ଷରୁ ରବିବାର ଦିନ ଆଉ ୪ ଜଣ ନାବାଳକଙ୍କୁ ଗିରଫ କରିଛି ।

ଏଥିସହିତ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ନିକଟରେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ପ୍ରାୟ ୧୮ ଜଣଙ୍କୁ ଗିରଫ କରିଥିଲା ।

ଏହାବ୍ୟତିତ ଆହୁରି ୩ ଜଣ ମୁଖ୍ୟ ଅପରାଧିଙ୍କୁ ଧରିବା ପାଇଁ ପୋଲିସର ଜୋରଦାର ଛାନ୍ନଭିନ୍ନ ଜାରି ରହିଥିବା ନେଇ ସୂଚନା ମିଳିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତ ଶୁକ୍ରବାର ଭୁବନେଶ୍ୱରର ଏହି ବ୍ୟାବସାୟିକ ପେଣ୍ଠସ୍ଥଳ ଲୋକାରଣ୍ୟ ରହିଥିବା ବେଳେ ଅଚାନକ ସଶସ୍ତ୍ର ଦୁର୍ବୃତ୍ତମାନେ ଦୋକାନ ଗୁଡ଼ିକ ଉପରେ ଆକ୍ରମଣ କରିଥିଲେ । ମୁହଁରେ ମୁଖା ପିନ୍ଧିଥିବା ଏହି ଯୁବକମାନେ ଦୋକାନୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବେଳେ ଦୋକାନମାନଙ୍କରୁ ଜିନିଷପତ୍ର ଲୁଟ୍ ତରାଜ କରିବାକୁ ଲାଗିଥିଲେ ।

ଏହି ଘଟଣା ସନ୍ଧ୍ୟା ୬ଟା ୩୦ ମିନିଟରେ ଘଟିଥିବା ବେଳେ ପ୍ରାୟ ୨୦ ରୁ ୩୦ ଜଣ ମୁଖା ପିନ୍ଧା ଯୁବକ ଏହିପରି କିଛିସମୟ ଆତଙ୍କରାଜ ଚଳାଇ ଥିବାବେଳେ ଜନସାଧାରଣ ପ୍ରାଣ ବିକଳରେ ଧାଁ ଧଉଡ଼ କରିବା ଫଳରେ କିଛିସମୟ ଲାଗି ସେଠାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଦୋକାନୀମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲା। ପରବର୍ତ୍ତୀ ସମୟରେ ୫ଟି ବାଇକ୍ ମଧ୍ୟ ଜବତ କରାଯାଇଥିଲା।

Leave A Reply

Your email address will not be published.