Latest Odisha News

BREAKING NEWS

ଜାନୁଆରୀ ୩୧ ଯାଏଁ ଜାରି ରହିବ ଶୀତ ଲହରୀ: ପାଣିପାଗ ବିଭାଗ

ଭୁବନେଶ୍ୱର: ପ୍ରବଳ ଥଣ୍ଡାରେ ଜନସାଧାରଣ ଅସ୍ତବ୍ୟସ୍ତ ହେଉଥିବା ବେଳେ ଜାନୁଆରୀ ୩୧ ଯାଏଁ ପାଣିପାଗ ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ ବିଶେଷଜ୍ଞ ଭୁବନେଶ୍ୱର ଉମା ଶଙ୍କର ଦାସ ଗୁରୁବାର ଦିନ ଏନେଇ ସୂଚନା ଦେଇଛନ୍ତି।

ପାଣିପାଗ ବିଭାଗର ସକାଳ ବୁଲେଟିନ୍ ଅନୁଯାୟୀ, ଆଜି ସକାଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲିସିୟସ ରହିଥିଲା। ଅନୁଗୁଳ (୬), ଦାରିଙ୍ଗବାଡି (୮), ଭବାନୀପାଟନା (୮.୨), କୋରାପୁଟ (୮.୬), ଝାରସୁଗୁଡା (୮.୮), ସୁନ୍ଦରଗଡ (୯.୫), ବଲାଙ୍ଗୀର (୯.୫), ବୌଦ୍ଧ (୯.୫), ସୋନପୁର (୯.୮) ଓ କେନ୍ଦୁଝରରେ ତାପମାତ୍ରା (୯.୯) ରହିଥିଲା।

Comments are closed.