Latest Odisha News

BREAKING NEWS

5-ଟିରେ ସାମିଲ ହେଲା ଖୋର୍ଦ୍ଧାର ୭୦ଟି ଯୁକ୍ତ ଦୁଇ ଓ ୩୮ଟି ଡିଗ୍ରୀ କଲେଜ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ୭୦ଟି ଯୁକ୍ତ ଦୁଇ ଓ ୩୮ଟି ଡିଗ୍ରୀ କଲେଜକୁ ଫାଇଭ-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଅନୁମୋଦନ। ଏଥିପାଇଁ ୬୬.୭୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଛାତ୍ରଛାତ୍ରୀମାନଙ୍କୁ ଆଜି ଭୁବନେଶ୍ୱରର ଜନତା ମଇଦାନଠାରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଭେଟିଛନ୍ତି।

ଆଜି ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଠାରେ ସେ “ନୂଆ ଓଡିଶା” ନିର୍ମାଣ ତଥା ରାଜ୍ୟର ପରିବର୍ତ୍ତନ ଦିଗରେ ପ୍ରୟାସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ବିଷୟରେ କହିଛନ୍ତି। ସେ କହିଛନ୍ତି, ଛାତ୍ରଛାତ୍ରୀ ମାନେ “ନୂଆ ଓଡିଶା” ଗଠନ କରିବାରେ ମୁଖ୍ୟ ଶକ୍ତି ହେବେ। ଉଚ୍ଚ ଲକ୍ଷ୍ୟ ରଖିବାକୁ ଏବଂ ସେମାନଙ୍କୁ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ।

ସେମାନଙ୍କ ଅଧ୍ୟୟନ ପାଇଁ ସମସ୍ତ ସୁବିଧା ଯୋଗାଇଦେବା ଦିଗରେ ସରକାରଙ୍କ ସହଯୋଗ ବିଷୟରେ ସେ ପିଲାଙ୍କୁ ଆଶ୍ୱସନା ଦେଇଥିଲେ। ବ୍ୟକ୍ତିତ୍ୱ ବିକାଶ ଉପରେ ଧ୍ୟାନ ଦେବାକୁ ଉତ୍ସାହିତ କରିଥିଲେ। ଶାରୀରିକ ସୁସ୍ଥତା ଏବଂ ମାନସିକ ଶକ୍ତି ହେଉଛି ସଫଳତାର ମୁଖ୍ୟ ପାରାମିଟର। ତେଣୁ ଅତି କମରେ ୩୦ ମିନିଟ୍ ବ୍ୟାୟାମ କରିବାକୁ ଏବଂ ଦିନକୁ ୧୫ ମିନିଟ୍ ଧ୍ୟାନ କରିବାକୁ ପିଲାଙ୍କୁ କହିଥିଲେ ପାଣ୍ଡିଆନ।

ଏହି କାର୍ଯ୍ୟକ୍ରମରେ 130 କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସଫଳତାର ମନ୍ତ୍ର ଦେଇଥିଲେ 5-ଟି ସଚିବ ଭିକେ ପାଣ୍ଡିଆନ୍। ଛଅ ମାସ ମଧ୍ୟରେ ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ, ଗାଲ୍ସ କମନରୁମ, ବଏଜ୍ କମନରୁମ ପରି ଉନ୍ନତିକରଣ କାର୍ଯ୍ୟ ଏହି କଲେଜ ଗୁଡିକରେ କରାଯିବା ସହ କାମରେ ବିଳମ୍ବ କରାନଯାଇ ନିରବିଚ୍ଛିନ୍ନ ଭାବେ ସମସ୍ତ କାମ କରାଯିବ ବୋଲି କହିଥିଲେ। ଆଗରୁ ଶ୍ରେଣୀ ଗୃହର ଏକ ଫଟୋ ଏବଂ କାମ ସରିବା ପରେ ଆଉ ଏକ ଫଟୋ ଉଠାଇ ଶ୍ରେଣୀ ଗୃହର ଉନ୍ନତିକରଣର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ପିଲାଙ୍କୁ କହିଛନ୍ତି 5-ଟି ସଚିବ।

 

Leave A Reply

Your email address will not be published.