Latest Odisha News

BREAKING NEWS

ହୃଦରୋଗ ଜନିତ ମୃତ୍ୟୁର କାରଣ ସାଜିପାରେ ମଧ୍ୟବର୍ତ୍ତୀକାଳୀନ ଉପବାସ

ନୂଆଦିଲ୍ଲୀ: ଓଜନ କମାଇ  ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଉପବାସ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ବଢ଼ିପାରେ ହୃଦରୋଗ ଜନିତ ମୃତ୍ୟୁ ଆଶଙ୍କା । ନିକଟରେ ଏକ ଅଧ୍ୟୟନରୁ ଏମିତି ଚିନ୍ତା ଜନକ ତଥ୍ୟ ମିଳିଛି।

ବର୍ତ୍ତମାନ ସମୟରେ ମଧ୍ୟବର୍ତ୍ତୀକାଳୀନ ଉପବାସ ଲୋକମାନଙ୍କ ମଧ୍ୟରେ ଏକ ହେଲଥ୍ ଓ ଫିଟନେସ୍ ଟ୍ରେଣ୍ଡ ପରିଣତ ହୋଇଛି । ସାଧାରଣ ଭାବେ ଲୋକମାନେ ଓଜନ କମାଇବାକୁ ଏହାକୁ ବ୍ୟବହାର କରୁଛନ୍ତି । ମଧ୍ୟବର୍ତ୍ତୀକାଳୀନ ଉପବାସରେ ଦିନ କିମ୍ୱା ସପ୍ତାହକୁ ଉପବାସ ଅବଧି ଓ  ଖାଇବା ଅବଧି ଭଳି ଦୁଇ ଭାଗରେ ବିଭକ୍ତ କରୁଛନ୍ତି ଲୋକେ । ଅନେକ ଟାଇଟିସିଆନ୍ କ’ଣ ଖାଇବାକୁ ହେବ କହୁଛନ୍ତି । ମଧ୍ୟବର୍ତ୍ତୀକାଳୀନ ଉପବାସରେ କେତେବେଳେ ଖାଇବାକୁ ହେବ ତା’ ଉପରେ ବି ଗୁରୁତ୍ୱ ଦିଆଯାଉଛି ।  ତେଣୁ ଯେଉଁମାନେ ମଧ୍ୟବର୍ତ୍ତୀକାଳୀନ ଉପବାସକୁ ଅନୁସରଣ କରୁଛନ୍ତି ସାଧାରଣତଃ ଭାବେ ସେମାନେ ସକାଳ ଜଳଖିଆ କରୁ ନାହାନ୍ତି । ସେମାନେ ସିଧା ମଧ୍ୟାହ୍ନ ବେଳକୁ ମଧ୍ୟାହ୍ନ ଭୋଜନ କରୁଛନ୍ତି ।  ରାତି ୮ଟାରେ ରାତ୍ରୀ ଭୋଜନ କରୁଛନ୍ତି ।

ଅଧିକାଂଶ ସେଲିବ୍ରେଟି ଏକ ସୁନ୍ଦର ଶରୀର ପାଇଁ ମଧ୍ୟବର୍ତ୍ତୀକାଳୀନ ଉପବାସ କରୁଛନ୍ତି । ତେବେ ନିକଟରେ ଅଧ୍ୟୟନରୁ ଜଣାପଡ଼ିଛି ୮ ଘଣ୍ଟାରୁ ଅଧିକ ସମୟ ନ ଖାଇବା ଦ୍ୱାରା  ହୃଦରୋଗ ଜନିତ ମୃତ୍ୟୁ ହେବାର ଆଶଙ୍କା ୯୧ ପ୍ରତିଶତ ବଢ଼ି ଯାଉଛି । ଗବେଷକମାନେ ୨୦ ହଜାର ବ୍ୟକ୍ତିଙ୍କ ଉପରେ ଏହି  ଗବେଷଣା କରିଥିଲେ । ସେମାନଙ୍କ ଖାଦ୍ୟପ୍ରେୟ ଅନୁସରଣ କରି ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ଯେଉଁମାନେ ମଧ୍ୟବର୍ତ୍ତୀକାଳୀନ ଉପବାସ କରୁଥିଲେ  ସେମାନଙ୍କ ମଧ୍ୟରୁ ୯୧ ପ୍ରତିଶତଙ୍କର ହୃଦରୋଗରେ ମୃତ୍ୟୁ ହୋଇଛି । ଯେତେବେଳେ କି ଯେଉଁମାନେ ମଧ୍ୟବର୍ତ୍ତୀକାଳୀନ ଉପବାସ କରୁ ନଥିଲେ ସେମାନେ ସୁସ୍ଥ ଥିଲେ ।  ସେହିପରି ଅଧ୍ୟୟନରୁ ଜଣାପଡ଼ିଛି ଯେଉଁମାନଙ୍କର ପୂର୍ବରୁ ହୃଦରୋଗ ରହିଥିଲା ସେମାନଙ୍କ କ୍ଷେତ୍ରରେ  ହୃଦରୋଗ ଓ ହୃଦଘାତ ଜନିତ ମୃତ୍ୟୁ ୬୬ ପ୍ରତିଶତ ଆଶଙ୍କା ବଢ଼ିଯାଇଥିଲା ।

ଅକ୍ସଫଡ୍ ବିଶ୍ୱବିଦ୍ୟାଳୟର ହ୍ୟୁମାନ ମେଟାବଲିଜିମ୍ ପ୍ରଫେସର କେଇଥ୍ ଫ୍ରାୟନ୍ କହିଛନ୍ତି,‘‘ ଶରୀରରେ କ୍ୟାଲୋରୀ ପରିମାଣ କମିବାକୁ  ଲୋକମାନେ ଖାଇବା ସମୟକୁ ସୀମିତ କରୁଛନ୍ତି । ଏହି ଅଧ୍ୟୟନରୁ ଯେଉଁ ତଥ୍ୟ ମିଳିଛି ତାହା ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।’’

ଏହି ଅଧ୍ୟୟନକୁ ଚିକାଗୋରେ ଚାଲିଥିବା ଆମେରିକାନ୍ ହାର୍ଟ ଆସୋସିଏସନ୍ସ  ଏପିଡେମିଓଲୋଜି ଆଣ୍ଡ ପ୍ରିଭେନସନ୍ ଲାଇଫ୍ ଷ୍ଟାଇଲ ଆଣ୍ଡ କାର୍ଡିଓ ମେଟାବୋଲିକ ସାଇନଟିଫିକସେସନ୍ ୨୦୨୪ରେ ଉପସ୍ଥାପନା କରାଯାଇଛି ।

 

Leave A Reply

Your email address will not be published.